ପାକ୍ ଅଭିନେତ୍ରୀଙ୍କ ପାଖରେ ଶତ୍ରୁଘ୍ନ ବସିଥିବା ଭିଡ଼ିଓ ଭାଇରାଲ୍‌

ନୂଆଦିଲ୍ଲୀ : ପାକିସ୍ତାନର ଲାହୋରରେ ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ବଲିଉଡ ଅଭିନେତା, ପୂର୍ବତନ ଲୋକସଭା ସଦସ୍ୟ ତଥା କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କ ଭିଡ଼ିଓ ଓ ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି। ଲାହୋରରେ ଆୟୋଜିତ ଏହି ବିବାହ ଉତ୍ସବରେ ଶତ୍ରୁଘ୍ନ ଯୋଗ ଦେଇଥିବା ବେଳର ଫଟୋ ଓ ଭିଡ଼ିଓ ଜଣେ ସ୍ଥାନୀୟ ଫଟୋଗ୍ରାଫର ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି । ଶତ୍ରୁଘ୍ନ ପାକିସ୍ତାନୀ ଅଭିନେତ୍ରୀ ରିମା ଖାନ୍‌ଙ୍କ ପାଖରେ ବସି କଥା ହେଉଥିବାର ଫଟୋ ଓ ଭିଡ଼ିଓରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର