ବାତାବରଣକୁ ସାମ୍ପ୍ରଦାୟିକ କରିବାରୁ ବିରତ ହୁଅନ୍ତୁ: ମୋଦିଙ୍କ ପ୍ରତି ଶତ୍ରୁଘ୍ନ ସିହ୍ନାଙ୍କ ଟୁଇଟ୍‌

ନୂଆଦିଲ୍ଲୀ: ଇସ୍‌ଲାମାବାଦ ଓ କଂଗ୍ରେସ ପରେ ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି।

ସମ୍ମାନୀୟ ମହାଶୟ! ଖାଲି କୌଣସି ମତେ ନିର୍ବାଚନ ଜିଣିବାକୁ, ପୁଣି ତାହା ମଧ୍ୟ ଗୁରୁତ୍ୱହୀନ ମନେ ହେଉଥିବା ଶେଷ ପର୍ଯ୍ୟାୟରେ, ରାଜନୈତିକ ବିରୋଧୀଦଳଙ୍କ ବିରୋଧରେ ଦୈନନ୍ଦିନ ଅନିଶ୍ଚିତ ଏବଂ ଅବିଶ୍ୱସନୀୟ କାହାଣୀ ଫାନ୍ଦି ସର୍ବସାଧାରଣରେ କହିବା କ’ଣ ଏଡ଼େ ଜରୁରି? ଅଗତ୍ୟା ସେମାନଙ୍କୁ ପାକିସ୍ତାନ ହାଇକମିସନର୍‌ ଏବଂ ଜେନେରାଲ୍‌ଙ୍କ ସହ ସମ୍ପୃକ୍ତ କରିବା? ଅବିଶ୍ୱସନୀୟ! ଆଜି ଏମିତି ଟୁଇଟ୍‌ କରିଛନ୍ତି ସିହ୍ନା। ‘ମହାଶୟ’ ବୋଲି ସେ ମୋଦିଙ୍କୁ କହିଥିବା ସ୍ପଷ୍ଟ ଜଣାପଡୁଛି।

ସିହ୍ନା ଆହୁରି କହିଛନ୍ତି: ମୋଦି ସାମ୍ପ୍ରଦାୟିକ ବାତାବରଣ ବନ୍ଦ କରି ସୁସ୍ଥ ରାଜନୀତି ଏବଂ ସୁସ୍ଥ ନିର୍ବାଚନକୁ ଫେରି ଚାଲନ୍ତୁ। ଅଯୋଧ୍ୟାରେ ବାବ୍ରି ମସ୍‌ଜିଦ୍‌ ଭଙ୍ଗା ହୋଇଥିବା ସ୍ଥାନରେ ରାମ ମନ୍ଦିର ତୋଳିବାକୁ ନିକଟରେ ମୋଦିଙ୍କ ଘୋଷଣା ଏବଂ କଂଗ୍ରେସ ନେତାଙ୍କର ‘ମୋଗଲ ମାନସିକତା’ ବୋଲି ତାଙ୍କର ଅଭିଯୋଗ ବିରୋଧରେ ସିହ୍ନା ଏକଥା ଉଲ୍ଲେଖ କରିଛନ୍ତି ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର