ପାଟନା: ବିହାରର ପାଟନା ସାହେବ ଲୋକସଭା ଆସନରୁ ବିଜେପି ଟିକେଟ୍‌ ନ ମିଳିବା ଫଳରେ କଂଗ୍ରେସରେ ଯୋଗ ଦେଇ ସେହି ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଶତ୍ରୁଘ୍ନ ସିହ୍ନା ପୁଣି ଏକ ବିଜେପି ବିରୋଧରେ ବିଷୋଦଗାର କରିଥିଲେ। ସେ ବିହାରର ବୈଶାଳୀଠାରେ ମହମେଣ୍ଟ ପକ୍ଷରୁ ଆୟୋଜିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କହଥିଲେ ଯେ ବିଜେପି ଏବେ ଓ୍ଵାନ୍‌ ମ୍ୟାନ୍‌ ସୋ’ ଏବଂ ଟୁ ମେନବାଲା ପାର୍ଟି ହୋଇଯାଇଛି।

Advertisment

ସେ ଆହୁରି ମଧ୍ୟ କହିଥିଲେ ଯେ ବିଜେପି ଦଳରେ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି, ମୁରଲୀ ମନୋହର ଯୋଶୀଙ୍କ ଭଳି ନେତାଙ୍କ ଅବସ୍ଥା ଦେଖି କଂଗ୍ରେସରେ ଯୋଗ ଦେବାର ନିଷ୍ପତି ନେଇଥିଲେ।ଦୀର୍ଘ ସମୟ ଧରି ସେ ପ୍ରଧାନମନ୍ତ୍ରୀ ମୋଦୀ ଓ ଅମିତ ଶାହାଙ୍କ ବିରୋଧ କରି ଆସିଥିବାରୁ ତାଙ୍କୁ ଟିକେଟ୍‌ କାଟି ଦିଆଗଲା ବୋଲି ବି କହିଥିଲେ ଶତ୍ରୁଘ୍ନ ସିହ୍ନା। ଏହି ସଭାରେ ଶତ୍ରୁଘ୍ନ ସିହ୍ନା ଆରଜେଡି ପ୍ରାର୍ଥୀ ରଘୁବଂଶ ପ୍ରସାଦଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିଲେ।