ମୋଦୀଙ୍କ ପ୍ରଶଂସା କଲେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ : ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ବରିଷ୍ଠ ନେତା ଶତ୍ରୁଘ୍ନ ସିହ୍ନା ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି। ଚୀନରେ କରୋନା ଭାଇରସ ଆତଙ୍କ ସୃଷ୍ଟି କରିଥିବାବେଳେ ଭାରତ ସରକାର ଚୀନରୁ ୬୦୦ ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବା ନିଷ୍ପତ୍ତିକୁ ସିହ୍ନା ପ୍ରଶଂସା କରିଛନ୍ତି। ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଟ୍ବିଟ୍‌ କରିଛନ୍ତି, ‘ଏକ ସମୟୋଚିତ ପଦକ୍ଷେପ ନେଇଥିବାରୁ ମୁଁ ଆପଣଙ୍କୁ ଅଭିବାଦନ ଜଣାଉଛି। ସୂଚନାଯୋଗ୍ୟ, ଶତ୍ରୁଘ୍ନ ବିଜେପିରେ ଥାଇ ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଇ ଦଳକୁ ଅଡୁଆରେ ପକାଉଥିଲେ। ସେ ମୋଦୀଙ୍କର ବଡ଼ ସମାଲୋଚକ ଥିଲେ। ମାତ୍ର, ଶତ୍ରୁଘ୍ନଙ୍କ ଏଭଳି ଟ୍ବିଟ୍‌ ଏବେ ସବୁ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର