କୋଲକାତା: ତୃଣମୂଳ କଂଗ୍ରେସ (ଟିଏମ୍ସି) ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ଦିନ ଘୋଷଣା କରିଛନ୍ତି ଯେ ଶତ୍ରୁଘ୍ନ ସିହ୍ନାଙ୍କୁ ଆସାନସୋଲ ସଂସଦୀୟ ଆସନରୁ ଆଗାମୀ ଉପ-ନିର୍ବବାଚନ ପାଇଁ ଟିଏମସିର ଦଳୀୟ ପ୍ରାର୍ଥୀ ଏବଂ ବାଲିଗୁଙ୍ଗେ ବିଧାନସଭା ଉପ-ନିର୍ବାଚନ ପାଇଁ ବାବୁଲ ସୁପିୟୋଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି। ଏବଂ ଶତ୍ରୁଘ୍ନ ସିହ୍ନା ଓ ବାବୁଲ ସୁପିୟୋ ଦଳ ପକ୍ଷରୁ ଆଗାମୀ ଉପ- ନିର୍ବାଚନ ଲଢ଼ିବେ।
/sambad/media/post_attachments/wp-content/uploads/2022/03/A4-4-300x200.jpg)
ଟିଏମସି ମୁଖ୍ୟ ମମତା ବନୋର୍ଜୀ କହିଛନ୍ତି, ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ ତରଫରୁ ଏ ବିଷୟ ଘୋଷଣା କରି ମୁଁ ଖୁସି ଯେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଖ୍ୟାତନାମା ଅଭିନେତା ଶତ୍ରୁଘ୍ନ ସିହ୍ନା ଆସାନସୋଲରୁ ଲୋକସଭା ଉପ- ନିର୍ବାଚନରେ ଆମର ଦଳୀୟ ପ୍ରାର୍ଥୀ ହେବେ।
ସେହିପରି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ଗାୟକ ବାବୁଲ ସୁପ୍ରିୟୋ ବାଲିଗୁଙ୍ଗେରୁ ବିଧାନସଭା ଉପ- ନିର୍ବାଚନରେ ଆମର ଦଳୀୟ ପ୍ରାର୍ଥୀ ହେବେ।
ଉଲ୍ଲେଖଯୋଗ୍ୟ, ଦୁଇ ଥର ବିଜେପି ସାଂସଦ ରହିଥିବା ବାବୁଲ ସୁପ୍ରିୟୋ ଗତ ବର୍ଷ ଭାରତୀୟ ଜନତା ପାର୍ଟି (ବିଜେପି) ଦଳ ଛାଡି ଟିଏମସିରେ ଯୋଗ ଦେବା ପରେ ଆସାନସୋଲ ଲୋକସଭା ଆସନ ଖାଲି ପଡିଥିଲା। ସେହିପରି ରାଜ୍ୟ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ଦେହାନ୍ତ ପରେ ବାଲିଗୁଙ୍ଗେ ବିଧାନସଭା ଆସନ ଖାଲି ପଡିଥିଲା। ଏହି ଦୁଇ ଆସନ ପାଇଁ ଆଗାମୀ ଦିନରେ ଉପ- ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/A3-2.jpg)