ନୂଆଦିଲ୍ଲୀ: ପାକିସ୍ତାନୀ ଗୁପ୍ତଚରଙ୍କୁ ନେଇ ଆସିଛି ସାଙ୍ଘାତିକ ଖବର । ପାକିସ୍ତାନ ଲିଙ୍କ୍ ନେଇ ଯେତେବେଳେ ଜ୍ୟୋତିଙ୍କୁ ସାରା ଦେଶରେ ନିନ୍ଦା କରାଯାଉଛି ଆଉ ତାଙ୍କୁ ଦେଶଦ୍ରୋହୀ ବୋଲି କୁହାଯାଉଛି ଠିକ୍ ସେତେବେଳେ ଖୋଦ୍ ଜ୍ୟୋତିଙ୍କ ବାପା ଦେଇଛନ୍ତି ସାଙ୍ଘାତିକ ବୟାନ । ଯାହା ପ୍ରମାଣ କରୁଛି ଜ୍ୟୋତି ପାକିସ୍ତାନ ଯିବା ପାଇଁ କେଉଁ ସ୍ତରରେ ମିଛ କହୁଥିଲେ ।

Advertisment

ଘରେ ଦିଲ୍ଲୀ କହି ପାକିସ୍ତାନ ଯାଉଥିଲେ ଜ୍ୟୋତି... ପ୍ରତି ଥର ଦିଲ୍ଲୀ ବୁଲିବାକୁ ଯାଉଥିବା କହି ପାକିସ୍ତାନ ସହ ଭିନ୍ନ ଭିନ୍ନ ଦେଶ ବୁଲୁଥିଲେ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା । ଘରେ ବାରମ୍ବାର ମିଛ କହି ଦେଶ ବାହାରକୁ ଯାଉଥିଲେ ଜ୍ୟୋତି । ବାପା ଏବଂ ପରିବାର ଲୋକଙ୍କୁ ମିଛର ଚାଦର ତଳେ ଶୁଆଇ ଦେଇ ଶତ୍ରୁ ଦେଶକୁ ଷଡଯନ୍ତ୍ର ପାଇଁ ଯାଉଥିଲେ ଜ୍ୟୋତି । ଏକଥା ଖୋଦ୍ ବାପା କହିବା ପରେ ଏସବୁ ଚର୍ଚ୍ଚା ଏବେ ସାରା ଦେଶରେ ହେଉଛି ।

ଜ୍ୟୋତିଙ୍କ ବାପା ହରିଶ ମଲହୋତ୍ରା କହିଛନ୍ତି, ମୁଁ କିଛି ଜାଣିନି ଝିଅ କୁଆଡେ ଯାଉଥିଲା । ଅଧା ସମୟରେ ସେ କୁହେ ମୁଁ ଦିଲ୍ଲୀ ଯାଉଛି । କିନ୍ତୁ ଦିଲ୍ଲୀ କହି ପାକିସ୍ତାନ ଯାଉଥିଲା ବୋଲି ଆମେ ଜାଣିନୁ । ଝିଅ ମତେ କେବେ କିଛି କୁହେନି କି ତାର କୌଣସି ବି ସାଙ୍ଗ ଘରକୁ ଆସନ୍ତିନି । ସେ ଘରେ ଭିଡିଓ କରେ । ଏବେ ଯାହା ହେବ ହେବ... ମୁଁ ଆଉ କଣ କରିପାରିବି... ବୋଲି ଜ୍ୟୋତିଙ୍କ ବାପା କହିବା ପରେ ସ୍ପଷ୍ଟ ହେଉଛି କି ଜ୍ୟୋତି ଘରେ ମିଛ କହି ପାକିସ୍ତାନ ଯାଉଥିଲେ ।

ସେପଟେ ପୋଲିସକୁ ମିଳିଛି ଜ୍ୟୋତିଙ୍କ ଡାଏରୀ । ଡାଏରୀ ଖୋଲିବ ଗୁପ୍ତଚରଙ୍କ ଗୁମର ? ପାକିସ୍ତାନ ସହ କେବେଠୁ ଲିଙ୍କରେ ଅଛନ୍ତି ଜ୍ୟୋତି ? ପାକିସ୍ତାନକୁ ସେ କେତେ ଥର ଯାଇଛନ୍ତି ? କାହା କାହା ସହ ମିଶନ୍ତି ଏବଂ କେଉଁଠି କେଉଁଠି ରୁହନ୍ତି ? ପାକିସ୍ତାନକୁ ବାରମ୍ବାର ଯିବା ପରେ ସେଠାର ଅନୁଭୂତି କଣ ? ପାକିସ୍ତାନକୁ ନେଇ ଜ୍ୟୋତିଙ୍କ ମତ କଣ ? ଏ ସବୁ ପ୍ରଶ୍ନର ଉତ୍ତର ଖୋଲିପାରେ ଜ୍ୟୋତିଙ୍କ ଡାଏରୀ । ଯେଉଁଥିରେ ସେ ନିଜ ମନକଥା ସହ ନିଜର ଯାତ୍ରା ବିବରଣୀ ମଧ୍ୟ ଲେଖନ୍ତି ।

ଟ୍ରାଭେଲ ​​​​ଓ୍ବିଥ୍ ଜୋକୁ ଆଳ କରି ବିଦେଶ ବୁଲୁଥିବା ଜ୍ୟୋତି ସୀମା ପାର କଲା ବେଳର ସମୟ, ତାରିଖ ଏବଂ ଭାରତ-ପାକିସ୍ତାନ ଭିତରେ ଥିବା ସମ୍ପର୍କ ବାବଦରେ ନିଜ ଡାଏରୀରେ ଲେଖିଛନ୍ତି । ଜ୍ୟୋତିଙ୍କ ଡାଏରୀର ୧୦ରୁ ୧୧ ପୃଷ୍ଠା କେବଳ ପାକିସ୍ତାନ ବାବଦରେ ହିଁ ଲେଖାଅଛି । ଜ୍ୟୋତି ନିଜ ଡାଏରୀରେ ପାକିସ୍ତାନର ଆତିଥ୍ୟତାକୁ ଭୂରି ଭୂରି ପ୍ରଶଂସା କରିଥିବା ବେଳେ ଭାରତର ହିନ୍ଦୁମାନେ ଥରେ ଥରେ ପାକିସ୍ତାନ ଯାଇ ବୁଲିଆସିବା ଦରକାର ବୋଲି ସେ ନିଜ ମତ ସେଥିରେ ଲେଛିଛନ୍ତି । ଜ୍ୟୋତି ହିନ୍ଦୀ ଏବଂ ଇଂରାଜୀରେ ଡାଏରୀ ଲେଖୁଥିବା ବେଳେ ଏହି ଡାଏରୀ ପାକ୍ ଲିଙ୍କ ନେଇ ବଡ ଖୁଲାସା କରିପାରେ ବୋଲି ପୋଲିସ କହିଛି । 

youtuber-jyoti-malhotra