ଶିଲା ଦୀକ୍ଷିତ ଦିଲ୍ଲୀ କଂଗ୍ରେସ ମୁଖ୍ୟ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କୁ ଆଜି ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ଏହି ପଦରେ ଥିବା ଅଜୟ ମାକେନଙ୍କ ଇସ୍ତଫା ପରେ ୮୦ ବର୍ଷୀୟ ଶିଲାଙ୍କୁ ଏହି ଦାୟିତ୍ବ ମିଳିଛି। ତେବେ ଏ ବାବଦରେ ଦଳ ପକ୍ଷରୁ ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ଦଳ ଭିତରେ ଆପ୍‌ ସହ ମେଣ୍ଟ ସମ୍ଭାବନାକୁ କେନ୍ଦ୍ର କରି ପ୍ରବଳ ଅସନ୍ତୋଷ ଦେଖାଦେଇଥିବା ବେଳେ ଏହାର ସମାଧାନ କରିବା ଶିଲାଙ୍କ ପାଇଁ ଏକ ଚ୍ୟାଲେଂଜ ହୋଇଛି।

ସମ୍ବନ୍ଧିତ ଖବର