ମୁମ୍ବାଇ : ସିନା ବୋରା ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ପିଟର ମୁଖାର୍ଜୀଙ୍କୁ ଆଜି ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କା ମୁଚାଲିକାରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ କୋର୍ଟଙ୍କ ବିନା ଅନୁମତିରେ ସେ ବିଦେଶ ଭ୍ରମଣ କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ତାଙ୍କ ପାସପୋର୍ଟ ସିବିଆଇ ନିକଟରେ ରହିବ। ତେବେ ଅଭିଯୋଗ ଶୁଣାଣି ପାଇଁ କୋର୍ଟ ସିବିଆଇକୁ ୬ ସପ୍ତାହ ଦେଇଥିବାରୁ ପିଟର ଜାମିନ ପାଇବା ସତ୍ତ୍ବେ ମଧ୍ୟ ଜେଲ୍ରୁ ବାହାରି ପାରିବେ ନାହିଁ। ସ୍ବାସ୍ଥ୍ୟଗତ କାରଣରୁ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଗତବର୍ଷ ତାଙ୍କର ହାର୍ଟ ଅପରେସନ ହୋଇଥିଲା। ସିନାବୋରା ହତ୍ୟା ମାମଲାରେ ୨୦୧୫ ନଭେମ୍ବର ୧୯ରେ ପିଟର ମୁଖାର୍ଜୀ ଗିରଫ ହୋଇଥିଲେ। ସିନାବୋରା ହତ୍ୟା ମାମଲାରେ ପିଟରଙ୍କ ପ୍ରଥମ ପତ୍ନୀ ଇନ୍ଦ୍ରାଣୀ ମୁଖାର୍ଜୀ ମୁଖ୍ୟ ଅଭିଯୁକ୍ତ ଅଟନ୍ତି। ବିଚାରପତି ଏନ୍.ଡବ୍ଲ୍ୟୁ ସମ୍ବର ମାମଲାର ଶୁଣାଣି କରି ପିଟରଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ନଥିବାରୁ ତାଙ୍କ ଜାମିନ ମଞ୍ଜୁର କରିଛନ୍ତି।
ସିନା ବୋରା ହତ୍ୟା ମାମଲା: ପିଟର ମୁଖାର୍ଜୀଙ୍କୁ ଜାମିନ
/sambad/media/post_attachments/wp-content/uploads/2020/02/sheena-story_647_082715120313.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)