ମୁମ୍ବାଇ: ଅଭିନେତ୍ରୀ ତଥା ମଡେଲ୍‌ ଶେଫାଳୀ ଜରିୱାଲା ହୃଦଘାତ୍‌ରେ ମୃତ୍ୟୁ ହେବା ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଶେଫାଳୀଙ୍କ ପ୍ରାର୍ଥନା ସଭାରେ ତାଙ୍କ ବାପାଙ୍କୁ କାନ୍ଦୁଥିବାର ଦେଖିବାକୁ ମିଳିଛି। ଶେଫାଳୀଙ୍କୁ ମନେ ପକାଇ ବାପା କାନ୍ଦିଥି‌ବା ବେଳେ ତାଙ୍କ କାନ୍ଧ ଥାପୁଡେଇ ତାଙ୍କୁ ଶାନ୍ତ୍ବନା ଦେଇଛନ୍ତି ଜ୍ବାଇଁ ତଥା ଶେଫାଳୀଙ୍କ ସ୍ବ‌ାମୀ ପରାଗ ତ୍ୟାଗୀ। 

Advertisment

ଶେଫାଳୀ ଜାରିୱାଲା ଜୁନ୍ ୨୭ ତାରିଖରେ ମୁମ୍ବାଇର ଓସିୱାରାସ୍ଥିତ ତାଙ୍କ ବାସଭବନରେ ହୃଦଘାତ ହେବା ପରେ ୪୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। 

ଶେଫାଳୀଙ୍କ ଆକସ୍ମିକ ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ଜୁଲାଇ ୨ ତାରିଖରେ ମୁମ୍ବାଇରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରୁ ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଠାରେ ବନ୍ଧୁ ଏବଂ ପରିବାର ସ୍ୱର୍ଗତ ଅଭିନେତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକାଠି ହୋଇଥିଲେ। 

ପ୍ରାର୍ଥନା ସଭାର ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି। କ୍ଲିପରେ, ଶେଫାଳୀଙ୍କ ବାପା ଦୁଃଖରେ ନିୟନ୍ତ୍ରଣ ହରାଇ କାନ୍ଦୁଛନ୍ତି। ଯେତେବେଳେ କି ତାଙ୍କ ସ୍ୱାମୀ ପରାଗ ତ୍ୟାଗୀ ନିଜେ ଭାବପ୍ରବଣ ଥିବା ସତ୍ତ୍ବେ ଶେଫାଳୀଙ୍କ ବାପାଙ୍କୁ ସମର୍ଥନ ଦେଇଛନ୍ତି।

ଏହି ଭାବପ୍ରବଣ ଭିଡିଓରେ ପରାଗ ଶେଫାଳୀଙ୍କ ବାପାଙ୍କ ପାଖରେ ବସି କାନ୍ଦି କାନ୍ଦି ସାନ୍ତ୍ୱନା ଦେଉଥିବାର ଦେଖାଯାଉଛି। ପରାଗ ନିଜେ ମଧ୍ୟ ଭାବପ୍ରବଣ ଦେଖା ଯାଉଛନ୍ତି। ନିଜ ଭାବନାକୁ ରୋକିବା ପାଇଁ ସଂଘର୍ଷ କରୁଥିବା ବେଳେ ଶଶୁରଙ୍କୁ ଶାନ୍ତ୍ବନା ଦେଉଛନ୍ତି।