ବେଜିଂ: ବେଜିଂରେ ଅନୁଷ୍ଠିତ ୨୦୨୫ ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ନେଇ ଏକ ରୋଚକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ବୈଠକ ସମୟରେ ସରିଫ ତାଙ୍କ ଅନୁବାଦ ଇୟର୍ଫୋନ୍ ଲଗାଇବା ନେଇ ହଡ଼ବଡ଼ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। ସରିଫ ଇଅର୍ଫୋନ୍ ଠିକ କରିବାକୁ ଚେଷ୍ଟା କରୁଛନ୍ତି, ମାତ୍ର ପୁଟିନ ଏହା ଦେଖି ହସିବା ସହ ଏହା କିପରି କାନରେ ଲଗାଇବାକୁ ହେବ ତାହା ଇଶାରାରେ ବୁଝାଉଛନ୍ତି।
ଏଭଳି ସମାନ ଘଟଣା ୨୦୨୨ ଏସ୍ସିଓ ଶିଖର ସମ୍ମିଳନୀରେ ଦେଖିବାକୁ ମିଳିଥିଲା। ଯେଉଁଠାରେ ସରିଫ୍ ସମାନ ସମସ୍ୟାରେ ପଡ଼ିଥିଲେ ଏବଂ ପୁଟିନ ତାଙ୍କ ଅସହାୟତା ଦେଖି ହସିଥିଲେ। ଏହି ଘଟଣା ନେଇ ପାକିସ୍ତାନରେ ବିରୋଧୀ ଦଳ ନେତା ଶିରୀନ ମଜାରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ସରିଫ୍ଙ୍କୁ କଡ଼ା କଟାକ୍ଷ କରିଛନ୍ତି। ଅନେକ ଏହାକୁ ଜାତୀୟ ଅପମାନ ବୋଲି କହିଛନ୍ତି। ସରିଫ୍ ଏଭଳି ଲୋକହସା ହେବା ଘଟଣା ଇଣ୍ଟରନେଟ୍ରେ ମିମ୍ ଝଡ଼ ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/04/dagdadadg-2025-09-04-03-15-07.jpg)