ଆର୍‌ଏସ୍‌ଏସ୍‌-ଗଡ଼କରି ମୋଦିଙ୍କୁ ହତ୍ୟା ଯୋଜନା କରିଛନ୍ତି: ସେହଲା ରସିଦ

ଆଇନଗତ ପଦକ୍ଷେପ ପାଇଁ ଗଡ଼କରିଙ୍କ ଘୋଷଣା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ପାଇଁ ଏବେ ଯେଉଁ ଷଡ଼ଯନ୍ତ୍ର ଚାଲିଛି ସେଥିରେ ଆର୍‌ଏସ୍‌ଏସ୍‌ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରିଙ୍କ ହାତ ରହିଛି ବୋଲି ଜେଏନ୍‌ୟୁ ଛାତ୍ର ସଂଘର ପୂର୍ବ ଉପସଭାନେତ୍ରୀ ସେହଲା ରସିଦଙ୍କ ବୟାନକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ସେହଲାଙ୍କ ଏହି ବୟାନକୁ ଅସାମାଜିକ ତତ୍ତ୍ୱଙ୍କ ବୟାନ ବୋଲି ଗଡ଼କରି କହିବା ସହ ସେ ଏହା ବିରୋଧରେ ଆଇନଗତ ପଦକ୍ଷେପ ନେବେ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଡରାଇବା ପାଇଁ ହୋଇଥିବା ହତ୍ୟା ଷଡ଼ଯନ୍ତ୍ରରେ ତାଙ୍କ ନାମକୁ ଯୋଡ଼ି ଦିଆଯାଇଥିବା କୁତ୍ସିତ ବୟାନକୁ ସେ ଦୃଢ଼ ନିନ୍ଦା କରୁଥିବା ଗଡ଼କରି କହିଛନ୍ତି। ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଯେଭଳି ଢଙ୍ଗରେ ହତ୍ୟା କରାଯାଇଥିଲା, ସେହି ଉପାୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବା ପାଇଁ ମାଓବାଦୀମାନେ ଷଡ଼ଯନ୍ତ୍ର କରିଥିବା ମାଓବାଦୀଙ୍କ କେତେକ ଦସ୍ତାବିଜରୁ ଜଣାପଡ଼ିଥିଲା। ଏବେ ଏହି ପ୍ରସଙ୍ଗ ସରଗରମ ଚର୍ଚ୍ଚା ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର