ପ୍ରିୟଙ୍କାକୁ ଆଲିଙ୍ଗନ କଲେ ଶେଖ୍‌ ହାସିନା, ସୋନିଆଙ୍କୁ ବାଂଲାଦେଶ ଗସ୍ତ ପାଇଁ ଆମନ୍ତ୍ରଣ

ନୂଆଦିଲ୍ଲୀ : ଆଜି ‌ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଏଆଇସିସି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିଲେ। ହାସିନା ପ୍ରିୟଙ୍କା ଗାନ୍ଧୀଙ୍କୁ ଆଲିଙ୍ଗନ କରିଥିଲେ। ହାସିନାଙ୍କ ଆଲିଙ୍ଗନ ପାଇଁ ମୁଁ ଦୀର୍ଘଦିନରୁ ଅପେକ୍ଷା କରି ରହିଥିଲି ବୋଲି ପ୍ରିୟଙ୍କା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଶେଖ୍‌ ହାସିନା ସୋନିଆ ଗାନ୍ଧୀଙ୍କୁ ବାଙ୍ଗ୍‌ଲାଦେଶ ଗସ୍ତରେ ଆସିବାକୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି।

ସମ୍ବନ୍ଧିତ ଖବର