ସିଏଏ ଓ ଏନଆରସି ଲାଗୁ ନେଇ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା; ଜାଣି ପାରୁନି କାହିଁକି ଭାରତ ସରକାର ଏଭଳି ନିୟମ ଆଣିଲେ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ଓ ଭାରତୀୟ ନାଗରିକ ପଞ୍ଜିକରଣକୁ ନେଇ ଭାରତର ବିଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାର ସମର୍ଥନରେ ଏବଂ ଏହାକୁ ବିରୋଧ କରି ଅନେକ ନିଜର ପ୍ରତିକ୍ରିୟା ରଖୁଥିବା ବେଳେ ଏବେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏକ ସାକ୍ଷାତକାରରେ ସେ ସିଏଏ ଓ ଏନଆରସି ଭାରତରେ ଲାଗୁ ହେବା ନେଇ କହିଛନ୍ତି କି, ଜାଣି ପାରୁନି କାହିଁକି ଭାରତ ସରକାର ଏଭଳି ନିୟମ ଆଣିଲେ। ଏଭଳି ନିୟମ ଆଣିବାର କୌଣସି ଆବଶ୍ୟକତା ନଥିଲା। ତେବେ ମୁଁ ପୂର୍ବରୁ କହି ସାରିଛି,  ସିଏଏ ଓ ଏନଆରସି ଭାରତର ଆଭ୍ୟନ୍ତରୀଣ ମାମଲା। ଏ ବିଷୟରେ ମୁଁ ଅଧିକ କିଛି କହିବାକୁ ଚାହୁନାହିଁ।

ସୂଚନା ମୁତାବକ, ଗତବର୍ଷ ଅକ୍ଟୋବରରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଏହି ସମୟରେ ସେ, ଆସାମରେ ଏନଆରସି ଲାଗୁ ହେଲେ ବାଂଲାଦେଶକୁ କୌଣସି ସମସ୍ୟା ହେବ ନାହିଁ ବୋଲି କହିଥିଲେ। ଏନଆରସିକୁ ନେଇ ବାଂଲାଦେଶକୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଯାଇଛି। ସବୁ ଠିକ୍ ଅଛି  ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। କିନ୍ତୁ ଏବେ ତାଙ୍କର ଏଭଳି ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର