ଢାକା : ବାଂଲାଦେଶରେ ଆଜି ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅୱାମୀ ଲିଗ୍ ଦଳ ପୁଣି ବିଜୟୀ ହୋଇଛି। ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଅନୁଷ୍ଠିତ ଏହି ନିର୍ବାଚନରେ ହସିନା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ଦଳକୁ ବିପୁଳ ସଫଳତା ମିଳିଛି। କେବଳ ହସିନାଙ୍କ ପାର୍ଟିକୁ ୧୫୧ଟି ଆସନ ମିଳିଥିବା ବେଳେ ତାଙ୍କ ମେଣ୍ଟ ୧୯୧ ଆସନ ହାସଲ କରିଛି। ଏହାସହିତ ହସିନା ଦେଶର ସବୁଠାରୁ ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ସେ ୨୦୦୯ରୁ ପ୍ରଧାନମନ୍ତ୍ରୀ ଅଛନ୍ତି।
ତେବେ ଆଜି ହୋଇଥିବା ନିର୍ବାଚନରେ ବ୍ୟାପକ ହିଂସାକାଣ୍ଡ ଯୋଗୁଁ ୧୭ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା କୁହାଯାଉଛି। ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ହିଂସା ଯୋଗୁଁ ବିଭିନ୍ନ ସ୍ଥାନରେ ଭୋଟ୍ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/hasina.jpg)