ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମଙ୍ଗଳବାର କହିଛନ୍ତି ଯେ ଇତିହାସରେ ଯେତେବେଳେ ବି ହିନ୍ଦୁମାନେ ବିଭାଜିତ ହୋଇଛନ୍ତି, ସେତେବେଳେ ଏକ ଭାଗ ସର୍ବଦା ଅଲଗା ହୋଇଯାଇଛି। ଏହା ସହ କଂଗ୍ରେସ ବିଭାଜନକାରୀ ରାଜନୀତି କରୁଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ସର୍ବଦା ଧର୍ମ, ସମ୍ପତ୍ତି, ଜାତି ଓ ଭାଷା ଆଧାରରେ ଦେଶରେ ବିଭାଜନ ରାଜନୀତି କରି ଆସିଛି। ଏବେ ସେମାନେ ନିଜ ପୋଷାକର ରଙ୍ଗ ଆଧାରରେ ଲୋକଙ୍କୁ ବିଭାଜିତ କରି ରାଜନୀତି କରିବାକୁ ଚାହୁଁଛନ୍ତି। କେଶରୀ ରଙ୍ଗ ଆମ ସମ୍ମାନର ପ୍ରତୀକ ହୋଇଛି। ଏହା ଆମ ପାଇଁ ରାଜନୀତିର ପ୍ରସଙ୍ଗ ନୁହେଁ, ବରଂ ବିଶ୍ୱାସର ବିଷୟ।
ସେପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅଭିଯୋଗ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ଉତ୍ତେଜନାମୂଳକ ଭାଷଣ ଏବଂ ବିଭାଜନକାରୀ ସ୍ଲୋଗାନ ମାଧ୍ୟମରେ ଲୋକଙ୍କୁ ବିଭ୍ରାନ୍ତ କରୁଛି ଏବଂ ସେମାନଙ୍କ ଦଳ ବିଷୟରେ ମିଥ୍ୟା ସୂଚନା ପ୍ରଚାର କରୁଛି। ଖଡଗେ କହିଛନ୍ତି ଯେ ବିଜେପି ବିଭାଜନ ଓ ବିନାଶରେ ଲିପ୍ତ ରହିଛି।
ଯେତେବେଳେ ହିନ୍ଦୁମାନେ ବିଭାଜିତ ହୋଇଛନ୍ତି, ଦେଶର ବିଭାଜନ ହୋଇଛି : ଶେଖାବତ୍
କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମଙ୍ଗଳବାର କହିଛନ୍ତି ଯେ ଇତିହାସରେ ଯେତେବେଳେ ବି ହିନ୍ଦୁମାନେ ବିଭାଜିତ ହୋଇଛନ୍ତି, ସେତେବେଳେ ଏକ ଭାଗ ସର୍ବଦା ଅଲଗା ହୋଇଯାଇଛି। ଏହା ସହ କଂଗ୍ରେସ ବିଭାଜନକାରୀ ରାଜନୀତି କରୁଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।
/sambad/media/media_files/2024/11/12/CaqS1QfOX8AgnNgghPum.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)