ଆଶ୍ରୟସ୍ଥଳ ଯୌନ ନିର୍ଯାତନା :କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: କି ପଦକ୍ଷେପ ନେଇଛ?

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଆଶ୍ରୟସ୍ଥଳରେ ରହୁଥିବା ଶିଶୁମାନେ ଯୌନ ନିର୍ଯାତନାର ଶିକାର ହେବା ଘଟଣାରେ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ର ଦ୍ୱାରା ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ତଥ୍ୟରୁ ଜଣାଯାଇଛି ଯେ ୨୮୬ ବାଳକଙ୍କ ସମେତ ସମୁଦାୟ ୧୫୭୫ ନାବାଳିକା ବିଭିନ୍ନ ଆଶ୍ରୟସ୍ଥଳରେ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। କିନ୍ତୁ କେନ୍ଦ୍ର ସରକାର ଏ ଦିଗରେ କି ପଦକ୍ଷେପ ନେଇଛନ୍ତି ବୋଲି ବିଚାରପତି ମଦନ ବି ଲୋକୁରଙ୍କ ଖଣ୍ଡପୀଠ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର