ହିଂସା ଉଦ୍ରେକକାରୀ ଟ୍ୱିଟ୍‌କୁ ନେଇ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୋର୍ଟଙ୍କ ଆଦେଶ ପରେ ଶିବସେନାକୁ ପପୁସେନା ବୋଲି କହିଲେ କଙ୍ଗନା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ନେଇ ଆରାମ୍ଭ ହୋଇଥିବା ରାଜନୈତିକ ବିବାଦ ଏବେ ବ୍ୟକ୍ତିଗତ ସ୍ଥରକୁ ଓହ୍ଲାଇ ସାରିଛି । ଆଳୁ ଖୋଳୁ ଖୋଳୂୁ ମହାଦେବ ବାହାରିବା ଭଳି ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାର ତଦନ୍ତ ହେଉ ହେଉ ତାହା ବଲିଉଡର ଡ୍ରଗ୍ସ କାରବାର ଯାଏଁ ପହଂଚିଗଲା । ଆଉ ଏଥିରେ ଯୋଡି ହୋଇଗଲେ ଚଳଚିତ୍ର ଅଭିନେତ୍ରୀ କଙ୍କନା ରାନାୱତ ଓ ମହାରାଷ୍ଟ୍ର ସରକାର । ଏନେଇ ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆରେ ବାରମ୍ବାର ବଲିଉଡ ଓ ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଚାଲିଛନ୍ତି କଙ୍ଗନା ।

ଏନେଇ ବାନ୍ଦ୍ରା କୋର୍ଟରେ ଅପିଲ ହେବା ପରେ କଙ୍ଗନାଙ୍କ ନାମରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଏହି ଆଦେଶ ଆସିବା ପରେ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି କଙ୍ଗନା । ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ପେଜରେ ଲେଖିଛନ୍ତି ଯେ, ‘ମହାରାଷ୍ଟ୍ରରେ ପପୁ ସେନାକୁ ମୋ ବ୍ୟତିତ ଅନ୍ୟ କିଛି ଦେଖାଯାଉନାହିଁ । ମୋତେ ଅଧିକ ମନେ ପକାଅ ନାହିଁ, ଖୁବ୍ ଶୀଘ୍ର ମୁଁ ସେଠାରେ ପହଞ୍ଚୁଛି।’

Mumbai court orders FIR against Kangana Ranaut, sister Rangoli for trying to create communal tension - India News
India Today

ସୂଚନା ମୁତାବକ, କଙ୍ଗନା ରାନାୱାତଙ୍କ ଉପରେ ଯେଉଁ ମାମଲା ରୁଜୁ କରିବାକୁ କୋର୍ଟ କହିଛନ୍ତି ତାହା ହେଉଛି, ସେ ଲୋକମାନଙ୍କ ଭିତରେ ସାଂପ୍ରଦାୟିକ ଘୃଣା ସୃଷ୍ଟି କରିଛନ୍ତି । ମହମ୍ମଦ ସାହିଲ୍ ଅସରଫ୍ ‌ଅଲ୍ଲି ସେୟ ନାମକ ଜଣେ ବ୍ୟକ୍ତି କଙ୍ଗନାଙ୍କ ବିରୋଧରେ ମୁମ୍ବାଇର ବାନ୍ଦ୍ରା କୋର୍ଟରେ ଅପିଲ୍ କରିଥିଲେ । ସେ ଅଭିଯୋଗ କରିଥିଲେ କି କଙ୍ଗନା ତାଙ୍କ ଟ୍ୱିଟ୍ ମାଧ୍ୟମରେ ବଲିଉଡରେ ହିନ୍ଦୁ-ମୁସଲିମ୍ ଭିତରେ ଝଗଡା କରାଇବାକୁ ଚେଷ୍ଟା କରୁଛନ୍ତି । ଏହା ସହ କଙ୍ଗନା ଦୁଇ ସଂପ୍ରଦାୟ ଭିତରେ ବିଦ୍ୱେଷ ଆଣିବାକୁ ଚେଷ୍ଟା ବି କରୁଛନ୍ତି । ଏହି ଅଭିଯୋଗର ଶୁଣାଣି କରି ବାନ୍ଦ୍ରା କୋର୍ଟ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଆଦେଶ ଦେଇଛନ୍ତି ।

ଅଭିଯୋଗକାରୀ କୋର୍ଟରେ କଙ୍ଗନାଙ୍କ ବହୁଗୁଡିଏ ଟ୍ୱିଟ୍ ବି ଦାଖଲ କରିଛନ୍ତି । ଅଭିଯୋଗକାରୀ ଜଣକ ଯେତିକି ତଥ୍ୟ ପ୍ରମାଣ ଯୋଗାଡ କରିଛନ୍ତି ତାହା ମାଧ୍ୟମରେ କଙ୍ଗନାଙ୍କ ବିରୋଧରେ ଆଇପିସିର ଧାରା ୧୫୬ (୩) ଲଗାଇ ମାମଲା ରୁଜୁ କରାଯାଇ ପାରିବ । ଏହି ଆଧାରରେ ପୁଲିସ କଙ୍ଗନାଙ୍କୁ ଥାନାକୁ ଡାକି ପଚରା ଉଚରା କରିପାରିବ । ଏନେଇ ଯଦି କଙ୍ଗନା ତାଙ୍କ ପକ୍ଷରେ ଠିକ୍ ରେ ସାକ୍ଷୀ ପ୍ରମାଣ ଦେଇ ନପାରିବେ ତେବେ ପୁଲିସ ତାଙ୍କୁ ଗିରଫ୍ ବି କରିପାରେ ।

ସମ୍ବନ୍ଧିତ ଖବର