ଶପଥ ଗ୍ରହଣ ଉତ୍ସବରେ ଶିବରାଜ, ରାଜେ, ରମଣ

ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ କମଲନାଥ ଓ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଶିବରାଜ ସିଂ ଚୌହ୍ବାନ

ଭୋପାଳ/ଜୟପୁର: ମଧ୍ୟ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ କମଲନାଥଙ୍କ ଶପଥ ଗ୍ରହଣ ଉତ୍ସବରେ ଆଜି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ଙ୍କୁ ଦେଖିବାକୁ ମିଳିଥିଲା। ମଞ୍ଚ ଉପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କମଲନାଥ ନ ପହଞ୍ଚିବା ପୂର୍ବରୁ ଅନ୍ୟ ବିରୋଧୀଳ ନେତାଙ୍କ ସହିତ ସେ ଯାଇ ମଞ୍ଚରେ ବସିଥି‌ଲେ। ଅନ୍ୟପକ୍ଷରେ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟର ବିଦାୟୀ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଦେଖିବାକୁ ମିଳିଥିଲା। ଅଶୋକ ଗେହଲଟ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସେ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ରାଜେ କଂଗ୍ରେସ ନେତା ତଥା ନିଜ ପୁତୁରା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଆଲିଙ୍ଗନ କରିଥିଲେ।
ଭୋପାଳରେ ଅନୁଷ୍ଠିତ କମଲନାଥଙ୍କ ଶପଥ ଗ୍ରହଣ ଉତ୍ସବରେ ଶିବରାଜ ସିଂହ ଚୌହାନ୍‌ କମଲନାଥଙ୍କୁ ଶୁଭେଚ୍ଛା ଜଣାଇବା ପୂର୍ବକ କରମର୍ଦ୍ଦନ କରିଥିଲେ। ଏହି ସମୟରେ କମଲନାଥ ତାଙ୍କ ହାତ ଉପରକୁ ଉଠାଇଥିଲେ। ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ଭୂପେଶ ବାଘେଲଙ୍କ ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର