ମୁମ୍ବାଇ: ମହାରାଷ୍ଟ୍ରରେ ଏବେ ବିଜେପି ଏବଂ ଶିବସେନା ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ବିଜେପି ଏବଂ ଶିବସେନା ନେତାଙ୍କ ମଧ୍ୟରେ ସମ୍ପର୍କ ଏବେ ଠିକ୍ ନାହିଁ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଉଭୟ ଦଳର ପ୍ରାର୍ଥୀମାନେ ଏବେ ଦାବି କରିଛନ୍ତି ଯେ ସେମାନଙ୍କୁ ମେଣ୍ଟ ସହଯୋଗୀ ଦଳର କର୍ମୀମାନେ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ସହଯୋଗ କରୁନାହାନ୍ତି। ଦକ୍ଷିଣ ମୁମ୍ବାଇରେ ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ ଅଭିଯୋଗ କରିଛନ୍ତି ଯେ ଗୁଜରାଟୀ ଏବଂ ଜୈନ ସମ୍ପ୍ରଦାୟର ବିଜେପି ନେତାମାନେ କଂଗ୍ରେସ ପ୍ରାର୍ଥୀ ମିଲିନ୍ଦ ଦେଓରାଙ୍କ ପାଇଁ କାମ କରୁଛନ୍ତି। ସେହିପରି ମାଭଲ୍ରେ ଶରଦ ପାୱାରଙ୍କ ପୁତୁରା ପାର୍ଥ ନିର୍ବାଚନ ଲଢ଼ୁଥିବାବେଳେ ସ୍ଥାନୀୟ ବିଜେପି ନେତା ଲକ୍ଷ୍ମଣ ଜଗତାପ ଖୋଲାଖୋଲି ଭାବେ ଶିବସେନା ପ୍ରାର୍ଥୀ ଶ୍ରୀରାଙ୍ଗ ଭାରନେଙ୍କ ବିରୋଧରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ କିଛି ଶିବସେନା ନେତା ମଧ୍ୟ ମହାରାଷ୍ଟ୍ରର ବିଜେପି ଅଧ୍ୟକ୍ଷ ରାଓସାହେବ ଦାନଭେଙ୍କୁ ଜାଲ୍ନାରୁ ହରାଇବାପାଇଁ ପ୍ରତିଜ୍ଞା କରିଛନ୍ତି। ଉଭୟ ବିଜେପି ଏବଂ ଶିବସେନା କର୍ମୀମାନେ ପରସ୍ପର ବିରୋଧରେ ପ୍ରଚାରରେ ମାତିଥିବାରୁ ଏହାକୁ ନେଇ ଉଭୟ ଦଳର ଚିନ୍ତା ବଢ଼ିଯାଇଛି।
ମହାରାଷ୍ଟ୍ରରେ ବିଜେପି- ଶିବସେନା ଶୀତଳ ଯୁଦ୍ଧ
/sambad/media/post_attachments/wp-content/uploads/2019/04/shivsena-bjp-620x400-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)