ଫଡ଼ନାବିସଙ୍କୁ ଶିବସେନାର ନିମନ୍ତ୍ରଣ

ନୂଆଦିଲ୍ଲୀ : ଶିବସେନାର ୫୩ ତମ ପ୍ରତିଷ୍ଠା ଦିବସ ଉତ୍ସବ ଉପଲକ୍ଷେ ଶିବସେନାମହ‌ାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଛି। ତେବେ ଏହା ପ୍ରଥମ ଘଟଣା। ଶିବସେନାର କୌଣସି ଆଭ୍ୟନ୍ତରୀଣ ଦଳୀୟ କାର୍ଯ୍ୟକ୍ରମରେ ଦଳ ବାହାରୁ ଅନ୍ୟ କାହାକୁ ନିମନ୍ତ୍ରଣ କରାଯାଏ ନାହିଁ। କିନ୍ତୁ ଶିବ ସେନା ମୁଖ୍ୟ ଉଦ୍ଧବ ଥାକ୍‌ରେ ଫଡ଼ନାବିସଙ୍କୁ ଉତ୍ସବରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରିଛନ୍ତି। ତେବେ ଆଗକୁ ‌ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଶିବସେନା ଫଡ଼ନାବିସଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଛି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର