ଟିଏମସିର ନୂଆ ଫର୍ମୁଲା ଦେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ

କୋଲକାତା: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପଶ୍ଚିମବଙ୍ଗର ମେଦିନୀପୁରରେ ଏକ ରାଲିରେ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ଶିବରାଜ ମମତାଙ୍କୁ ଆକ୍ରମଣ କରି କହିଥିଲେ ଯେ, ‘ମୋ ପାଇଁ ଦିଦି(DIDI)ଙ୍କ ‘ଡି'(D)ର ଅର୍ଥ ହେଉଛି’ ଡିକ୍ଟେକ୍ଟର ବା ଏକଛତ୍ରବାଦୀ ଶାସକ, ଆଇ(I) ର ଇନସେନ୍ସେଟିଭ ବା ଲୋକଙ୍କ ପ୍ରତି ସମ୍ବେଦନଶୀଳ’,ଡି(D) ର ଅର୍ଥ ହେଉଛି ଡିଡ଼ ଅଫ ସ୍ପ୍ରେଡିଙ୍ଗ ଫିୟର ବା ଭୟ ବିସ୍ତାର କରିବାର କାର୍ଯ୍ୟ ଓ ଆଇ(I) ର ଅର୍ଥ ଇନକେପିଟେଣ୍ଟ ସିଏମ ବା ଅଯୋଗ୍ୟ ମୁଖ୍ୟମନ୍ତ୍ରୀ | ୧୯୦୬ ମସିହାରେ ବ୍ରିଟିଶମାନେ ପଶ୍ଚିମବଙ୍ଗକୁ ବିଭକ୍ତ କରିଥିଲେ ଏବଂ ବର୍ତ୍ତମାନ ମମତା ସୁନାର ପଶ୍ଚିମବଙ୍ଗକୁ ହିନ୍ଦୁ ଏବଂ ମୁସଲମାନରେ ବିଭକ୍ତ କରିଛନ୍ତି’ ।

ଏହା ସହ ଶିବରାଜ କହିଛନ୍ତି ଯେ, ଟିଏମସିର ଅନ୍ୟ ଏକ ଅର୍ଥ ହେଉଛି ଟେରର,ମର୍ଡର,କରପସନ ବା ଆତଙ୍କ, ହତ୍ୟା ଏବଂ ଦୁର୍ନୀତି। ସେ କହିଛନ୍ତି, ‘ମୁଁ ଟିଏମସି ଗୁଣ୍ଡାମାନଙ୍କୁ ଚେତାବନୀ ଦେଉଛି ଯେ ଯେତେବେଳେ ଦିଦି ମେ ୨ ରେ ଦିଦି ଯିବେ, ସେତେବେଳେ ତାଙ୍କୁ ଏକ ଶିକ୍ଷା ଦିଆଯିବ ଏବଂ କାହାକୁ ରକ୍ଷା କରାଯିବ ନାହିଁ। ବିଜେପି ଏହି ଜଙ୍ଗଲରାଜକୁ ଜାରି ରଖିବାକୁ ଦେବ ନାହିଁ।

କାରଣ ଏମାନେ ପଶ୍ଚିମବଙ୍ଗକୁ ଧ୍ୱଂସ କରିଦେଇଛନ୍ତି। ସୂଚନା ଥାଉ କି ରାଜ୍ୟରେ ଆଠଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ମାର୍ଚ୍ଚ ୨୭ ରୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ୨୯୪ ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ମେ ୨ ରେ ଭୋଟ୍ ଗଣତି କରାଯିବ।

ସମ୍ବନ୍ଧିତ ଖବର