ଭୋପାଳ,: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କର ହେଲିକପ୍ଟରକୁ ଆଜି ଛିନ୍ଦୱାଡ଼ାର ଉମରେଥରେ ଅବତରଣ ଅନୁମତି ମିଳିନାହିଁ। ଆଜି ଅପରାହ୍ନ ୫.୩୦ରେ ଏକ ରୢାଲି ପାଇଁ ଶିବରାଜଙ୍କ ହେଲିକପ୍ଟର ଉମରେଥରେ ଅବତରଣ କରିବାର ଥିଲା। କିନ୍ତୁ ତାଙ୍କୁ ଏଥିପାଇଁ ଅନୁମତି ମିଳିନଥିଲା। ଅପରାହ୍ନ ୫ଟା ମଧ୍ୟରେ ହିଁ ଶିବରାଜଙ୍କ ହେଲିକପ୍ଟର ଅବତରଣ କରିପାରିବ ଏବଂ ଏହି ସମୟ ଅତିକ୍ରମ କଲେ ଆଉ ଅନୁମତି ମିଳିବ ନାହିଁ ବୋଲି ଭୋପାଳ ଅଧିକାରୀମାନେ କହିବାପରେ ଏଥିରେ ଶିବରାଜ କ୍ଷୁବ୍ଧ ହୋଇ ଜିଲ୍ଲାପାଳଙ୍କୁ ଧମକାଇଥିଳେ। ଶିବରାଜ କହିଥିଲେ ଯେ ପଶ୍ଚିମବଙ୍ଗରେ ମମତା ଦିଦି ଆମ ହେଲିକପ୍ଟର ଅବତରଣ କରାଇ ଦେଲେନି। ଏହାପରେ କମଳନାଥ ବି ସମାନ କାର୍ଯ୍ୟ କଲେ। ତେବେ ମନେ ରଖ ଆମର ଦିନ ଫେରିଲେ ତୁମର ଅବସ୍ଥା କ’ଣ ହେବ। ଅନ୍ୟପକ୍ଷେ ଜିଲ୍ଲାପାଳ ଶ୍ରୀନିବାସ ଶର୍ମା କହିଛନ୍ତି ଯେ ସେମାନେ ନିୟମ ଅନୁଯାୟୀ କାର୍ଯ୍ୟ କରିଛନ୍ତି। ପୂର୍ବାହ୍ନ ୧୦ଟାରୁ ୫ଟା ମଧ୍ୟରେ ହେଲିକପ୍ଟର ଅବତରଣର ଅନୁମତି ମିଳୁଛି କିନ୍ତୁ ଶିବରାଜଙ୍କ ହେଲିକପ୍ଟର ଅବତରଣ ପାଇଁ ୫.୨୦ରେ ଅନୁମତି ମଗାଯାଇଥିବାରୁ ଏଥିପାଇଁ ଅନୁମତି ମିଳିନଥିବା ସେ କହିଛନ୍ତି।
ମମତା ବାନାର୍ଜୀଙ୍କ ପୁତୁରାଙ୍କ ସମ୍ପତ୍ତି ୫ ବର୍ଷରେ ୩ ଗୁଣ ବଢ଼ିଛି
କୋଲକାତା, ୨୫/୪ : ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସମ୍ପତ୍ତି ୫ ବର୍ଷରେ ୩ ଗୁଣ ବୃଦ୍ଧି ପାଇଛି। ୨୦୧୪ରେ ଅଭିଷେକଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୩.୫୭ ଲକ୍ଷ ଥିବା ଘୋଷଣା ହୋଇଥିବା ବେଳେ ଏବେ ଏହା ତିନି ଗୁଣ ବୃଦ୍ଧି ପାଇ ୭୧.୪୦ ଲକ୍ଷରେ ପହଞ୍ଚିଛି। ଅଭିଷେକ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ଦେଇଥିବା ସତ୍ୟପାଠରୁ ଏହା ଜଣାପଡ଼ିଛି । ଅନ୍ୟପକ୍ଷେ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩୫.୫୫ ଲକ୍ଷ ରହିଛି। ଅଭିଷେକ ଡାଏମଣ୍ଡ ହାର୍ବର୍ ନିର୍ବାଚନ ମଣ୍ଡଳୀରୁ ଲଢ଼ୁଛନ୍ତି।
ହେଲିକପ୍ଟର ଅବତରଣ ଅନୁମତି ମିଳିଲାନି:ଅଧିକାରୀଙ୍କୁ ଧମକାଇଲେ ଶିବରାଜ
/sambad/media/post_attachments/wp-content/uploads/2019/04/38521xka4jmele9uc66xho4mvrkgs8u4abi31869808.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)