ମୁମ୍ବାଇ: ପୂର୍ବତନ ଶିବସେନା ନେତା ଅଶୋକ ସାଓ୍ଵନ୍ତଙ୍କୁ ତାଙ୍କ କାନ୍ଦିବଲୀ ସ୍ଥିତ ବାସଭବନ ବାହାରେ ହତ୍ୟା କରାଯାଇଛିା ୬୨ ବର୍ଷୀୟ ସାଓ୍ଵନ୍ତ ତାଙ୍କର ଜଣେ ବନ୍ଧୁଙ୍କୁ ଭେଟ କରି ଘରକୁ ଫେରୁଥିବାବେଳେ କିଛି ଦୁବୃର୍ତ୍ତମାନେ ତାଙ୍କ ଘର ବାହାରେ ତାଙ୍କୁ ଛୁରା ମାଡ଼ କରି ହତ୍ୟା କରିଛନ୍ତିା ସୂଚନା ଯୋଗ୍ୟ କାନ୍ଦିବଲୀର ସମତା ନଗର ସ୍ଥିତ ସର ବିଲ୍ଡିଙ୍ଗ୍ ବାହାରେ ଦୁର୍ବୃତ୍ତମାନେ ତାଙ୍କୁ ମାରିବାପାଇଁ ପୂର୍ବରୁ ଅପେକ୍ଷା କରି ଥିଲୋ ସାଓ୍ଵନ୍ତ ଠିକ୍ ଘର ପାଖରେ ପହଞ୍ଚିବା କ୍ଷଣି ସେମାନେ ସାଓ୍ଵନ୍ତଙ୍କ ଉପରକୁ ଆକ୍ରମଣ କରି ଛୁରା ମାଡ଼ କରିଥିଲୋ ତେବେ ସମତା ନଗର ପୁଲିସ ଷ୍ଟେସନ୍ର ଘଟଣାସ୍ଥଳରେ ପହଞ୍ଚିବାବେଳକୁ ଦୁର୍ବୃତ୍ତମାନେ ଖସି ପଳାଇଥିଲୋ ଅନ୍ୟପକ୍ଷରେ ସାଓ୍ଵନ୍ତଙ୍କୁ ନିକଟସ୍ଥ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ଚିକିତ୍ସକମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲୋ ଏନେଇ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୩୦୨ ଅଧିନରେ ଏକ ମାମଲା ରୁଜୁ ହେବାପରେ ପୁଲିସ ସିସିଟିଭି କ୍ୟାମେରା ଯାଞ୍ଚ୍ କରୁଛିା କ୍ରାଇମ୍ ବ୍ରାଞ୍ଚ୍ ସୂତ୍ରରୁ ଜଣାଯାଇଛି ଯେ ସମ୍ପୃକ୍ତ ଅଞ୍ଚଳରେ ଲାଗିଥିବା ଏକ କ୍ୟାମେରା ଯାଞ୍ଚ୍ରୁ ହତ୍ୟାକାରୀଙ୍କୁ ଚିହ୍ନଟ
ଶିବସେନା କର୍ପୋରେଟରଙ୍କୁ ହତ୍ୟା
/sambad/media/post_attachments/wp-content/uploads/2018/01/shibsena-corporater-killed.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)