ନୂଆଦିଲ୍ଲୀ: ଦେଶର ଉନ୍ନତିରେ ଧ୍ୟାନ ଦିଅ, ଆଉ କେତେ ତଳକୁ ଖସିବ? ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଅଫ୍ରିଦି ଭାରତୀୟ ସେନା ବିଷୟରେ ଅପ୍ରୀତିକର ମନ୍ତବ୍ୟ ଦେବାର ଗୋଟିଏ ଦିନ ପରେ, ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧୱନ ତାଙ୍କୁ ଏଭଳି ଜବାବ ଦେଇଛନ୍ତି। ଏପ୍ରିଲ ୨୨ ତାରିଖରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ବିବାଦୀୟ ବୟାନ ଦେଇଥିଲେ ଅଫ୍ରିଦି। ୨୭ ଟେଷ୍ଟ, ୩୯୮ ଦିନିକିଆ ଏବଂ ୯୯ ଟି-୨୦ ଖେଳିଥିବା ଅଭିଜ୍ଞ ଅଫ୍ରିଦି ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭାରତୀୟ ସେନା ଏବଂ ଗଣମାଧ୍ୟମର କାମକୁ ଉପହାସ କରିଥିଲେ।

Advertisment

ଧୱନ ତାଙ୍କୁ କଡ଼ା ଜବାବ ଦେଇ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, "ଆମେ ତୁମକୁ କାରଗିଲରେ ପରାସ୍ତ କରିଥିଲୁ। ତୁମେମାନେ ଏତେ ତଳକୁ ଖସିଯାଇଛ, ଆଉ କେତେ ତଳକୁ ଯିବ? ମନ୍ତବ୍ୟ ଦେବା ପରିବର୍ତ୍ତେ, ନିଜ ଦେଶର ଅବସ୍ଥା ସୁଧାରିବା ଉପରେ ଧ୍ୟାନ ଦିଅ। ଆମେ ଆମ ସେନା ଉପରେ ଗର୍ବିତ।"

ଉଲ୍ଲେଖଯୋଗ୍ୟ, "ଅଫ୍ରିଦି ଏକ ଟିଭି ସାକ୍ଷାତକାରରେ ଯୋଗ ଦେଇ ଲେଖିଥିଲେ, କଶ୍ମୀରରେ ତୁମର ୮,୦୦,୦୦୦ ସଶକ୍ତ ସେନା ମୁତୟନ ଅଛି ବୋଲି ଦାବି କରୁଛି। ହେଲେ ଏହା ସତ୍ତ୍ବେ ବି ଏହି ଆକ୍ରମଣ ଘଟିଛି। ଯଦି ତୁମେ ନିଜ ଲୋକମାନଙ୍କୁ ସୁରକ୍ଷା ଯୋଗାଇ ପାରୁ ନାହଁ, ତେବେ ତୁମେ ଅଯୋଗ୍ୟ। ଏହା ଆଶ୍ଚର୍ଯ୍ୟଜନକ ଯେ, ଆକ୍ରମଣର ଗୋଟିଏ ଘଣ୍ଟା ମଧ୍ୟରେ ସେମାନଙ୍କର ଗଣମାଧ୍ୟମ ବଲିଉଡରେ ପରିଣତ ହୋଇଗଲା। ମୁଁ ପ୍ରକୃତରେ ସେମାନଙ୍କ କଥାବାର୍ତ୍ତା କରିବାର ଶୈଳୀକୁ ଉପଭୋଗ କରୁଥିଲି।"