ଗଣମାଧ୍ୟମ ବିରୋଧରେ ମାନହାନି ମାମଲା ରୁଜୁ କଲେ ଶିଳ୍ପା

ମୁୁମ୍ବାଇ : ରାଜ୍ କୁନ୍ଦ୍ରା ଗିରଫ ମାମଲାରେ ତାଙ୍କ ପତ୍ନୀ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବିରୋଧରେ ଅନେକ ରିପୋର୍ଟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ ଏହି ରିପୋର୍ଟ ଉପରେ ଆପତ୍ତି ଉଠାଇଛନ୍ତି ଶିଳ୍ପା। ୨୯ଜଣ ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥା ବିରୋଧରେ ଶିଳ୍ପା ବମ୍ବେ ହାଇକୋର୍ଟରେ ମାନହାନୀ ମକଦ୍ଦମା କରିଛନ୍ତି। ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ବଦନାମ କରିବା ପାଇଁ ଏଭଳି ଖବର ପ୍ରକାଶ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଆସନ୍ତାକାଲି ହାଇକୋର୍ଟ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାଯାଇଛି। ଅନ୍ୟପକ୍ଷରେ ଶିଳ୍ପାଙ୍କ ମାଆ ସୁନନ୍ଦା ଆଜି ୧.୬ କୋଟିର ଜମିକିଣା ନେଇ ଠକେଇ ଅଭିଯୋଗ କରିଛନ୍ତି। ସୁଧାକର ଘାରେ ନାମକ ଜନୈକ ବ୍ୟକ୍ତି ନକଲି କାଗଜପତ୍ର ‌ଦେଖାଇ ତାଙ୍କୁ ୧.୬ କୋଟି ଟଙ୍କା ମୂଲ୍ୟର ଏକ ଜମି ବିକ୍ରି କରିଥିବା ସେ ଅଭିଯୋଗ ଆଣିଛନ୍ତି।

ସେର୍ଲିନ୍ ଚୋପ୍ରା ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ଆଣିଲେ ଯୌନ ନିର୍ଯାତନା ଅଭିଯୋଗ
ମୁମ୍ବାଇ : ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ବିତରଣ ମାମଲାରେ ଗିରଫ ହୋଇଥିବା ରାଜ୍ କୁନ୍ଦ୍ରାଙ୍କ ଅଡ଼ୁଆ ଦିନକୁ ଦିନ କମିବା ବଦଳରେ ବଢ଼ିଚାଲିଛି। ରାଜ୍‌ଙ୍କ ବିରୋଧରେ ଅଭିନେତ୍ରୀ ସେର୍ଲିନ୍‌ ଚୋପ୍ରା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସେର୍ଲିନ୍ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ରାଜ୍‌ଙ୍କ ସହ ତାଙ୍କର ଯୁକ୍ତିତର୍କ ହେବା ପରେ ସେ ତାଙ୍କ ଘରକୁ ଆସି ବଳପୂର୍ବକ ତାଙ୍କୁ ଚୁମ୍ବନ ଦେଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ସହ ତାଙ୍କର ସମ୍ପର୍କ ଜଟିଳ ଥିଲା ଏବଂ ଘରେ ସେ ଅଧିକାଂଶ ସମୟରେ ଚାପଗ୍ରସ୍ତ ହୋଇ ରହୁଥିଲେ।

ସମ୍ବନ୍ଧିତ ଖବର