ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ଗିରଫ

ନୂଆଦିଲ୍ଲୀ : ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୁଲିସର କ୍ରାଇମ୍‌ ବାଞ୍ଚ ଆଜି ଗିରଫ କରିଛି। ଅଶ୍ଳୀଳ ସିନେମା ପ୍ରସ୍ତୁତ କରି ମୋବାଇଲ ଆପ୍ ଜରିଆରେ ସେ ଏହାକୁ ରିଲିଜ କରୁଥିଲେ ବୋଲି ‌ପୁଲିସ ପକ୍ଷରୁ କୁହାଯାଇଛି। ଏନେଇ ଗତ ଫେବ୍ରୁଆରିରେ ତାଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ପୁଲିସ। ତାଙ୍କୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛି ପୁଲିସ। ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଶିଳ୍ପା ୨୦୦୯ ମସିହାରେ ବିବାହ କରିଥିଲେ।

ସମ୍ବନ୍ଧିତ ଖବର