ମୁମ୍ବାଇ: କରୋନା ଆକ୍ରାନ୍ତ ହେଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ଗତ କିଛି ଦିନ ହେବ କରୋନା ସଂକ୍ରମଣ ପୁଣି ବଢ଼ିଥିବା ବେଳେ ଏବେ ରାଜ କୁନ୍ଦ୍ରା ଏହାର ଶିକାର ହୋଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଟେଲି ଅଭିନେତ୍ରୀ ମାହି ବିଜ୍ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା କହିଥିଲେ। ପୂର୍ବ ଅପେକ୍ଷା ଏହି ଭୂତାଣୁ ଆହୁରି ଭୟଙ୍କର ହୋଇଛି ବୋଲି କହିଥିଲେ ମାହି।
ତେବେ ରାଜ କରୋନା ଆକ୍ରାନ୍ତ ହୋଇଥିବା ଖବର ଆସିଥିବା ବେଳେ ସେ ଏବେ ପରିବାରଠାରୁ ଦୂରରେ ରହୁଥିବା କୁହାଯାଉଛି। ନିଜକୁ ଆଇସୋଲେସନରେ ରଖିବା ସହ ରାଜ୍ ଅଲଗା ରହୁଥିବା କୁହାଯାଉଛି।
View this post on Instagram
ତେବେ ଏହି ଖବର ସାମ୍ନାକୁ ଆସିବା ପରେ କିଛି ରାଜଙ୍କୁ ଟ୍ରୋଲ କରୁଥିବା ବେଳେ କିଛି ତାଙ୍କର ସୁସ୍ଥତା କାମନା କରିଛନ୍ତି। ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ଘୋଡି ହୋଇ ବି କେମିତି କରୋନା ଆକ୍ରାନ୍ତ ହେଲ ବୋଲି କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରଶ୍ନ କରୁଥିବା ବେଳେ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଶୀଘ୍ର ସୁସ୍ଥ ହୁଅ ବୋଲି କାମନା କରିଛନ୍ତି।
ଦେଖିବାକୁ ଗଲେ ଗତକାଲି ଅପେକ୍ଷା ୪୦% ବୃଦ୍ଧି ପାଇ ଆଜି ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୩,୦୦୦ ଅତିକ୍ରମ କରିଯାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୫୦୦ରୁ ଅଧିକ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୦୧୬ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି।