ଶିମଲା: ରୋଗୀଙ୍କୁ ମୁଥ ମାରିଥିବା ଡାକ୍ତର ନିଲମ୍ବିତ। କିଛି ଦିନ ତଳେ ଜଣେ ଡାକ୍ତର ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ମାଡ଼ ମାରିଥିଲେ। ଏହାର ଏକ ଭିଡିଓ ଖୁବ ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ ହେବା ପରେ ଏବେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଅନୁସାରେ, ଅଭିଯୁକ୍ତ ଡାକ୍ତରଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଛି। ହସ୍ପିଟାଲ ଅନୁଯାୟୀ, ତଦନ୍ତ ରିପୋର୍ଟ ଆସିବା ପରେ ସରକାର ଡାକ୍ତର ରାଘବ ନିରୁଲାଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ।
କାର୍ଯ୍ୟାନୁଷ୍ଠାନ ପରେ ଧନ୍ୟବାଦ ଜଣାଇଲେ ରୋଗୀ
ମାଡ଼ ଖାଇଥିବା ରୋଗୀ ଅର୍ଜୁନ ଏହି କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ଏବଂ ତଦନ୍ତ କମିଟିକୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ସରକାର ଏବଂ ଆଇଜିଏମସି ତଦନ୍ତ କମିଟି ଡାକ୍ତରଙ୍କୁ ନିଲମ୍ବିତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଆକ୍ରମଣ ପରେ ଶିମଲା ପୁଲିସ ଡାକ୍ତର ରାଘବ ନିରୁଲାଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରିଥିଲା। ଅଭିଯୁକ୍ତ ଡାକ୍ତର ହସ୍ପିଟାଲ ବେଡରେ ଜଣେ ରୋଗୀଙ୍କୁ ଆକ୍ରମଣ କରୁଥିବା କ୍ୟାମେରାରେ କଏଦ ହେବା ପରେ ଏତଲା ରୁଜୁ ହୋଇଥିଲା।
ଅଣନିଶ୍ବାସୀ ଲାଗିବାରୁ ଚିକିତ୍ସା ପାଇଁ ଆସିଥିଲେ
ଅଭିଯୋଗ ଅନୁଯାୟୀ, ଶିମଲା ଜିଲ୍ଲାର କୁପଭି ଉପଖଣ୍ଡରେ ଥିବା ଏକ ଗାଁରୁ ରୋଗୀଜଣକ ଆସିଥିଲେ। ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ପରେ ସେ IGMCରେ ପହଞ୍ଚିଥିଲେ। ହେଲେ ଚିକିତ୍ସା ନକରି ଡାକ୍ତର ତାଙ୍କୁ ଅପାମନିତ କଲା ଭଳି କଥା କହିଥିଲେ। ସମ୍ମାନ ଦେଇ କଥା କୁହନ୍ତୁ ବୋଲି କହିବାରୁ ଡାକ୍ତର ରୋଗୀଙ୍କୁ ଆକ୍ରମଣ କରିଥିଲେ।
ଡାକ୍ତରଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ଦାବି
ଘଟଣା ପରେ ତୁରନ୍ତ ରୋଗୀଙ୍କ ପରିବାର ଏବଂ ସମ୍ପର୍କୀୟମାନେ ହସ୍ପିଟାଲ ପରିସର ବାହାରେ ପହଞ୍ଚି ପ୍ରତିବାଦ କରିଥିଲେ। ସ୍ଲୋଗାନ ଦେବା ସହ ଅଭିଯୁକ୍ତ ଡାକ୍ତରଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ଦାବି କରିଥିଲେ। କଡ଼ା ପ୍ରତିକ୍ରିୟା ପ୍ରକାଶ କରି ସ୍ୱାସ୍ଥ୍ୟମନ୍ତ୍ରୀ ଧନୀ ରାମ ଶାଣ୍ଡିଲ କହିଥିଲେ ଯେ, "ଏପରି ଆଚରଣ ଗ୍ରହଣୀୟ ନୁହେଁ ଏବଂ ଏହା ଡାକ୍ତରୀ ବୃତ୍ତିର ନୀତିଶାସ୍ତ୍ର ବିରୁଦ୍ଧରେ। ଏପରି ଆଚରଣକୁ ବରଦାସ୍ତ କରାଯିବ ନାହିଁ। ସ୍ୱାସ୍ଥ୍ୟ ସଚିବ, IGMC ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ଏବଂ ପ୍ରିନ୍ସିପାଲଙ୍କୁ ସ୍ପଷ୍ଟୀକରଣ ପାଇଁ ସମନ ପଠାଯାଇଛି। ଏକ ବିସ୍ତୃତ ତଦନ୍ତ କରାଯିବ, ଏବଂ ଏପରି ଘଟଣାର ଯେମିତି ପୁନରାବୃତ୍ତି ନହୁଏ ସେଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।"
ଆହୁରି ପଢ଼ନ୍ତୁ: AMU Teacher Killed: ରାତିରେ ଚାଲିବାକୁ ଯାଇଥିବା ବେଳେ ଅଲିଗଡ଼ ମୁସଲିମ୍ ବିଶ୍ବବିଦ୍ୟାଳୟର ଶିକ୍ଷକଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/12/25/doctor-2025-12-25-12-59-43.jpg)