ଶିମଲା: ହିମାଚଳ ପ୍ରଦେଶର ରାଜଧାନୀ ସିମଲାର ସଞ୍ଜୌଲିରେ ନିର୍ମିତ ମସଜିଦ ସମ୍ପୂର୍ଣ୍ଣ ବେଆଇନ ଏବଂ ମସଜିଦର ସମସ୍ତ ଚାରୋଟି ମହଲାକୁ ଭାଙ୍ଗି ଦିଆଯିବ ବୋଲି ଶିମଲା ମ୍ୟୁନିସିପାଲ କର୍ପୋରେସନର କମିଶନର କୋର୍ଟ ରାୟ ଶୁଣାଇଛନ୍ତି । ଏମ୍ସି କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମସଜିଦଟି କୌଣସି ବୈଧ ଅନୁମତି, ଏନଓସି ଏବଂ ଅନୁମୋଦିତ ମାନଚିତ୍ର ବିନା ନିର୍ମାଣ କରାଯାଇଥିଲା।
୧୫ ବର୍ଷ ଧରି ଚାଲିଥିବା ଏହି ବିବାଦ ଉପରେ ରାୟ ଦେବା ସମୟରେ କୋର୍ଟ କହିଛନ୍ତି ଯେ ୱାକଫ ବୋର୍ଡର ଜମି ଉପରେ କୌଣସି ଅଧିକାର ନାହିଁ। କୋର୍ଟଙ୍କ ନିର୍ଦ୍ଦେଶ ପରେ, ମ୍ୟୁନିସିପାଲ କର୍ପୋରେସନ ଖୁବ୍ ଶୀଘ୍ର ମସଜିଦକୁ ବୁଲଡୋଜର କରି ଭାଙ୍ଗି ଦେବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ବିଶ୍ୱାସ କରାଯାଉଛି।

କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ମସଜିଦର ତଳ ମହଲା ଏବଂ ପ୍ରଥମ ମହଲାକୁ ମଧ୍ୟ ଏବେ ବେଆଇନ ଘୋଷଣା କରାଯାଇଛି, ଯେତେବେଳେ ପୂର୍ବରୁ ୫ ଅକ୍ଟୋବର ୨୦୨୪ରେ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ମହଲା ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ପକ୍ଷରୁ ଓକିଲ ଜଗତ ପାଲ କହିଛନ୍ତି ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପୌର ନିଗମ କମିଶନରଙ୍କୁ ଛଅ ସପ୍ତାହ ମଧ୍ୟରେ ମାମଲାର ସମାଧାନ କରିବାକୁ ପଡିବ ଏବଂ ଆଜିର ନିଷ୍ପତ୍ତି ସମାନ ପ୍ରକ୍ରିୟାର ଏକ ଅଂଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)