ଶିମଲା: ହିମାଳୟ କୋଳରେ ଥିବା ସହର ଶିମଲାରେ ଡ୍ରଗ୍ସ ଓ ଡ୍ରଗ୍ସ କାରବାର ଦ୍ରୁତ ଗତିରେ ବୃଦ୍ଧି ପାଇଚାଲିଛି । ଏହା ପୁଲିସର ଚିନ୍ତା ବଢାଇଦେଇଛି । ଡ୍ରଗ୍ସ ଚାଲାଣକୁ ରୋକିବାକୁ ପୁଲିସ ଏକ ବଡ଼ ଧରଣରଣ କାର୍ଯ୍ୟାନୁଷ୍ଠାନ ଗତ କିଛି ମାସ ହେଲା ଜାରି ରଖିଛି । ଏହାର ଫଳସ୍ବରୂପ ଗତ ୧୫ ମାସରେ ଏହି ସହରରୁ ପ୍ରାୟ ୧ ହଜାରରୁ ଅଧିକ ଡ୍ରଗ୍ସ ଚାଲାଣକାରୀ ଓ ନିଶା ବେପାରୀ ଗିରଫ ହୋଇଛନ୍ତି ଓ ସେମାନଙ୍କ ବିରୋଧରେ ପାଖାପାଖି ୬୦୦ ମାମଲା ରୁଜୁ ହୋଇଛି ।

Advertisment

ଏ ସଂପର୍କରେ ସୂଚନା ଦେଇ ଶିମଲା ଆରକ୍ଷୀ ଅଧୀକ୍ଷକ ସଞ୍ଜୀବ ଗାନ୍ଧୀ କହିଛନ୍ତି ଯେ ଶିମଲା ପୁଲିସ ନିଶା ବେପାରୀଙ୍କ ଉପରେ କ୍ରମାଗତ ଭାବେ ନିଜର କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ସପ୍ତାହକ ମଧ୍ୟରେ ଶିମଲା ପୁଲିସ ୨୦ ଜଣ ବେପାରୀଙ୍କୁ ଧରିଛି ଓ ପ୍ରାୟ ୬.୩୦ କେଜି ଅଫିମ, ୧୫୦ ଗ୍ରାମ ହେରୋଇନ ଏବଂ ସମାନ ପରିମାଣର ଚରସ ଜବତ କରିଛି। କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶିମଲା ପୋଲିସ ଏହି ଅଭିଯୁକ୍ତଙ୍କ ଗାଡି ଏବଂ ସମ୍ପତ୍ତିକୁ ମଧ୍ୟ ଜବତ କରୁଛି । ଅଧିକାଂଶ କ୍ଷେତ୍ରରେ ମାତ୍ର ୧୦ରୁ ୧୨ ଜଣ ସମ୍ପୃକ୍ତ ରହୁଛନ୍ତି। ଏହି ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ମଧ୍ୟରୁ ୩୦ ପ୍ରତିଶତ ଅନ୍ୟ ରାଜ୍ୟର ଏବଂ ୭୦ ପ୍ରତିଶତ ଅଭିଯୁକ୍ତ ହିମାଚଳର ବୋଲି ଜଣାପଡ଼ିଛି।