ମୁମ୍ବାଇ: ମହାୟୁତି ମେଣ୍ଟର ନେତାଙ୍କ ଭିତରେ ସବୁକିଠି ଠିକ୍ ନାହିଁ । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଛି । ତତ୍କାଳୀନ ସିନ୍ଦେ ସରକାରଙ୍କ ଦ୍ବାରା କରାଯାଇଥିବା ୯ ଶହ କୋଟିର ଏକ ପ୍ରୋଜେକ୍ଟର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ନିର୍ଦ୍ଦେଶ ଦେବା ପରେ ଏହି ଚର୍ଚ୍ଚା ରାଜ୍ୟ ରାଜନୀତିରେ ଜୋରଦାର ହେଉଥିବା ବେଳେ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ‘ଫେଭିକଲ୍’ ବୟାନ ଦେଇଛନ୍ତି ସିନ୍ଦେ ।
ଦେବେନ୍ଦ୍ର ଫଡନାଭିସ ଏବଂ ଏକନାଥ ସିନ୍ଦେଙ୍କ ଭିତରେ ସମ୍ପର୍କ ଏକଦମ ଠିକଠାକ୍ ଅଛି ପୂରା ମଜବୁଦ ଅଛି ଏହାକୁ ପ୍ରମାଣିତ କରିବାକୁ ଫେଭିକଲ ଅଠାର ଉଦାହରଣ ଦେଇଛନ୍ତି ସିନ୍ଦେ । ଏକନାଥ କହିଛନ୍ତି, ଆମେ ଏକାଠି ହୋଇ ଏକ ଶକ୍ତିଶାଳୀ ଟିମ୍ ଭାବେ କାମ କରୁଛୁ । ଏ ସମ୍ପର୍କ, ଏ ଯୋଡି ଫେଭିକଲ ପରି, ଭାଙ୍ଗିବ ନାହିଁ । ତେବେ ସିନ୍ଦେଙ୍କ ଏହି ବୟାନ ପରେ ଯଦିଓ ଦେବେନ୍ଦ୍ର ଫଡନାଭିସଙ୍କ ସହ ତାଙ୍କ ସମ୍ପର୍କ ଠିକ୍ ଠାକ୍ ଥିବା ଅନୁମାନ କରିହେଉଛି ମାତ୍ର ସେ ଶୀତଳ ଯୁଦ୍ଧ କଥାକୁ ଆଗକୁ ନବଢାଇବାକୁ ଏପରି କହିଥାଇ ପାରନ୍ତି ବୋଲି କିଛି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି ।
ସେପଟେ ତତ୍କାଳୀନ ସିନ୍ଦେ ସରକାରଙ୍କ ଦ୍ବାରା କରାଯାଇଥିବା ୯ ଶହ କୋଟିର ଏକ ପ୍ରୋଜେକ୍ଟର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ନିର୍ଦ୍ଦେଶ ଦେବା ଏବଂ ନିକଟରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରାଜ୍ୟର ତିନୋଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ନଦେବା ଦେବେନ୍ଦ୍ର ଫଡନାଭିସ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଚାଲିଥିବା ଦର୍ଶାଉଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/22/rxCkDxUdTBz3RJ3JlvsR.jpg)