ଜାଜ୍ଜ୍ବଲ୍ୟମାନ ସଫଳତା- କରୋନାଭାଇରସ୍ ଅନୁପ୍ରବେଶ ପ୍ରତିରୋଧ କରିବାରେ ସଫଳ ହୋଇଛି ଉତ୍ତର କୋରିଆ: କିମ୍ ଜଙ୍ଗ୍‌ ଉନ୍

ସିଓଲ୍: ତରବର ହୋଇ ଦେଶରୁ କରୋନାଭାଇରସ୍ ବିରୋଧୀ କଟକଣା କୋହଳ ନ କରିବାକୁ ଉତ୍ତର କୋରିଆ ନେତା କିମ୍ ଜଙ୍ଗ୍‌ ଉନ୍ ସତର୍କ କରାଇଥିବା କଥା ଶୁକ୍ରବାର ଦିନ ରାଷ୍ଟ୍ରାୟତ ଗଣମାଧ୍ୟମ କେସିଏନ୍‌ସି ରିପୋର୍ଟ କରିଛି। ଅର୍ଥାତ୍ ଅନିର୍ଦ୍ଦିଷ୍ଟ କାଳ ଲାଗି ଉତ୍ତର କୋରିଆ ତା’ର ସୀମାନ୍ତ ସବୁ ବନ୍ଦ ରଖିବ।

ପଡ଼ୋଶୀ ଚୀନ୍ ଦେଶରେ ଭୂତାଣୁ ସଂକ୍ରମଣ ହେବା ମାତ୍ରେ ଆଣବିକ ଅସ୍ତ୍ର-ବଳୀୟାନ୍ ଉତ୍ତର କୋରିଆ ଜାନୁଆରି ମାସରେ ତା’ର ସୀମାନ୍ତ ବନ୍ଦ କରିଥିଲା। ଦେଶରେ କଠୋର କଟକଣା ଲାଗୁ କରି ହଜାର ହଜାର ନାଗରିକଙ୍କୁ ପୃଥକ୍‌ବାସରେ ରଖାଇଥିଲା।

ପିୟୋଙ୍ଗ୍ୟାଙ୍ଗ୍ ଜୋର୍ କରି କହିଛି ଯେ, ଉତ୍ତର କୋରିଆରେ କୌଣସି ବ୍ୟକ୍ତି କୋଭିଡ୍-୧୯ ଆକ୍ରାନ୍ତ ହୋଇ ନାହାନ୍ତି। କିନ୍ତୁ, ସମୀକ୍ଷକମାନେ କହିଛନ୍ତି ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗୁଁ ଉତ୍ତର କୋରିଆ ସଂକ୍ରମଣ ଏଡ଼ାଇ ପାରି ନ ଥିବ!

Image Courtesy of Livemint

କିନ୍ତୁ, ଗୁରୁବାର ଦିନ କିମ୍ ଶାସକ ୱାର୍କର୍ସ ପାର୍ଟିର ପଲିଟିବ୍ୟୁରୋ ବୈଠକରେ ଗୁରୁବାର ଦିନ କହିଛନ୍ତି ଯେ ସଂକ୍ରମଣ ନ କରାଇ ଦେବା ଉଦ୍ୟମ ହେଉଛି ତାଙ୍କ ଦଳର ଜାଜ୍ଜ୍ବଲ୍ୟମାନ ସଫଳତା। ବିଶ୍ବବ୍ୟାପୀ ସ୍ବାସ୍ଥ୍ୟ ସଙ୍କଟ ଦେଖା ଦେବା ସତ୍ତ୍ବେ ମାରାତ୍ମକ ଭୂତାଣୁ ଅନୁପ୍ରବେଶକୁ ଆମେ ସମ୍ପୂର୍ଣ୍ଣ ପ୍ରତିରୋଧ କରିଛୁ।

କୌଣସି ପ୍ରକାର କୋହଳର ବିରୁଦ୍ଧାଚରଣପୂର୍ବକ ସତର୍କ କରାଇ କିମ୍ କହିଛନ୍ତି, ପଡ଼ୋଶୀ ଦେଶରେ ପୁନଃ ସଂକ୍ରମଣ ହେଉଥିବାରୁ ମହାମାରୀ ବିରୋଧୀ କଟକଣା ଆହୁରି ସୁଦୃଢ଼ କରିବାକୁ ସେ କହିଛନ୍ତି।

ଏବେ ଉତ୍ତରର ପଡ଼ୋଶୀ ଦକ୍ଷିଣ କ‌ୋରିଆରେ ଦୈନିକ ୪୦ ରୁ ୬୦ଟି ସଂକ୍ରମଣ ରିପୋର୍ଟ ହେଉଥିବା ବେଳେ ଗତ ମାସରେ ବେଜିଙ୍ଗ୍‌ରେ ବି ସଂକ୍ରମଣ ବୃଦ୍ଧି ପାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର