ଜାପାନ ଉପକୂଳରେ ସାମୁଦ୍ରିକ ବାତ୍ୟା : ବୁଡ଼ିଗଲା ୪୩ କର୍ମଚାରୀ, ୬ ହଜାର ଗୋରୁ ଥିବା ଜାହାଜ

ଟୋକିଓ : ଜାପାନ ଉପକୂଳରେ ଏକ ମାଲବାହୀ ଜାହାଜ ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହୋଇ ବୁଡ଼ିଯାଇଛି । ଏହି ଜାହାଜରେ ପ୍ରାୟ ୪୦ ଜଣ କର୍ମଚାରୀ ଓ ପ୍ରାୟ ୬ ହଜାର ଗୋରୁ ଥିଲେ । ଖବର ପାଇଁ ଜାପାନୀ କୋଷ୍ଟ ଗାର୍ଡ ଘଟଣାସ୍ଥଳରେ ପହଞ୍ଚି ଜଣକୁ ଉଦ୍ଧାର କରିଛି ।

ଗଲ୍ଫ ଲାଇଭଷ୍ଟକ-୧ ନାମକ ଏହି ଜାହାଜଟି ଜାପାନ ଉପକୂଳରେ ଥିବା ପୂର୍ବ ଚୀନ ସାଗରରେ ଆସିଥିବା ମାୟସାକ ସାମୁଦ୍ରିକ ବାତ୍ୟା ସଂସ୍ପର୍ଶରେ ଆସି ବୁଡ଼ିଯାଇଥିଲା ବୋଲି ଉଦ୍ଧାର ପାଇଥିବା ଯାତ୍ରୀ କହିଛନ୍ତି । ଅନ୍ୟ କର୍ମଚାରୀ ଓ ଯାତ୍ରୀମାନଙ୍କୁ ଖୋଜା ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାର ପତ୍ତା ମିଳିନାହିଁ ।
ଜାହାଜରେ ଥିବା ୪୦ କର୍ମଚାରୀ ଓ ଯାତ୍ରୀଙ୍କ ମଧ୍ୟରୁ ୩୯ ଜଣ ଫିଲିପାଇନ୍ସର ଥିବାବେଳେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆର ଦୁଇଜଣ ଲେଖାଏଁ ଥିଲେ ।
ଉଦ୍ଧାର ପାଇଥିବା ବ୍ୟକ୍ତିର ନାଁ ଏଡଓ୍ଵାର୍ଡୋ ସାରେନୋ ଓ ସେ ଫିଲିପାଇନ୍ସର ବାସିନ୍ଦା ବୋଲି ଜଣାପଡ଼ିଛିି । ସେ କହିଛି ଯେ ଜାହାଜର ଇଂଜିନ ଖରାପ ହୋଇଯାଇଥିଲା । ଏହାପରେ ଜାହାଜଟି ବାତ୍ୟାର ସମ୍ମୁଖୀନ ହୋଇ ବୁଡ଼ିଯାଇଥିଲା । ବୁଡ଼ିବା ବେଳେ ସେ ଲାଇଫ-ଜ୍ୟାକେଟ ପିନ୍ଧି ପାଣିକୁ ଡେଇଁ ପଡ଼ିଥିଲେ । କିନ୍ତୁ ଉଦ୍ଧାର ପାଇବା ପୂର୍ବରୁ ସେ ଅନ୍ୟ କାହାକୁ ଦେଇନାହାନ୍ତି ।
ଅନ୍ୟପକ୍ଷରେ ଜାହାଜରେ ଥିବା ୬ ହଜାରରୁ ଅଧିକ ଗୋରୁ ବୁଡ଼ିଯାଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର