ଏ ବର୍ଷ ଶିରିଡ଼ି ସାଇବାବାଙ୍କ ମନ୍ଦିରକୁ ମିଳିଛି ରେକର୍ଡ ପରିମାଣର ଦାନ- ୨୮୭ କୋଟି ଟଙ୍କା

ଶିରିଡ଼ି: ବର୍ଷ ୨୦୧୯ରେ ଶିରିଡ଼ି ସାଇବାବା ମନ୍ଦିରକୁ ଦାନସ୍ୱରୂପ ମିଳିଛି ସମୁଦାୟ ୨୮୭ କୋଟି ୬ ଲକ୍ଷ ୮୫ ହଜାର ଟଙ୍କା। ଗୁପ୍ତ ଦାନ ଭାବେ ଏ ବର୍ଷ ମିଳିଛି ୧୫୬ କୋଟି ୪୯ ଲକ୍ଷ ୨ ହଜାର ୩୫୦ ଟଙ୍କା। ସମୁଦାୟ ଦାନ ଅର୍ଥରେ ରହିଛି ନଗଦ ୬୦ କୋଟି ୮୪ ଲକ୍ଷ ୮ହଜାର ୫୯୦ ଟଙ୍କା ଏବଂ ୨୩ କୋଟି ୩୫ ଲକ୍ଷ ୯୦ ହଜାର ୪୦୯ ଟଙ୍କାର ଚେକ୍‌ ଓ ଡିମାଣ୍ଡ୍‌ ଡ୍ରାଫ୍‌ଟ୍‌।

୨ କୋଟି ୧୭ ଲକ୍ଷ ୮୩ ହଜାର ୫୧୩ ଟଙ୍କାର ମନି ଅର୍ଡର୍‌ ଏବଂ ୧୭ କୋଟି ୫୯ ଲକ୍ଷ ୧୧ ହଜାର ୪୨୪ ଟଙ୍କା ଡେବିଟ୍‌/କ୍ରେଡିଟ୍‌ କାର୍ଡ ପେମେଣ୍ଟ୍‌ ଜରିଆରେ ମିଳିଛି। ୨ ଲକ୍ଷ ୫୧ ହଜାର ୬୦୬ ଟଙ୍କା ମିଳିଛି ଅନ୍‌ଲାଇନ୍‌ ପେମେଣ୍ଟ୍‌ରେ। ୧୯୦୪୮.୮୬୦ ଗ୍ରାମ୍‌ ସୁନା ଓ ୩୯୧୭୫୭. ୪୭୦ ଗ୍ରାମ୍‌ ରୁପା ଦାନ ଆକାରରେ ମିଳିଛି।

Image Source: Hindusatn

ପୂର୍ବରୁ ସାଇବାବା ଟ୍ରଷ୍ଟ୍‍ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୧୮ ମସିହା ଡିସେମ୍ବର ୨୨ ତାରିଖ ଠାରୁ ୨୦୧୯ ଜାନୁଆରି ୧ ତାରିଖ- ଏଇ ୧୧ ଦିନ ମଧ୍ୟରେ ଦାନ ବାବଦକୁ ମନ୍ଦିର ଗ୍ରହଣ କରିଥିଲା ୧୪. ୫୪ କୋଟି ଟଙ୍କା।

ଲକ୍ଷ ଲକ୍ଷ ଯାତ୍ରୀଙ୍କ ସମାଗମ ହେବାର ଆଶା ଥିବାରୁ ଏ ବର୍ଷ ଡିସେମ୍ବର ୩୧ ତାରିଖ ଦିନ ମନ୍ଦିରକୁ ୨୪ ଘଣ୍ଟା ଖୋଲା ରଖିବା ପାଇଁ ମନ୍ଦିର କର୍ତ୍ତୃପକ୍ଷମାନେ ସ୍ଥିର କରିଛନ୍ତି।

ସମ୍ବନ୍ଧିତ ଖବର