ଶିରିଡ଼ି: ଗତବର୍ଷ ଡିସେମ୍ବର ୨୨ ତାରିଖରୁ ଏ ବର୍ଷ ଜାନୁଆରି ପହିଲା- ମାତ୍ର ୧୧ ଦିନରେ ଶିରିଡ଼ି ସାଇ ବାବା ମନ୍ଦିର ଦାନ ବାବଦରେ ସମୁଦାୟ ୧୪. ୫୪ କୋଟି ଟଙ୍କା ପାଇଛି।

Advertisment

ଏହି ସମୟ ମଧ୍ୟରେ ଦର୍ଶନାର୍ଥେ ୯. ୫ ଲକ୍ଷ ଭକ୍ତ ଆସିଥିଲେ ବୋଲି ହିସାବରୁ ଜଣାପଡ଼ିଛି। ବଡ଼ଦିନ ଛୁଟି ଥିବାରୁ ଯାତ୍ରୀ ସଂଖ୍ୟା ଅଧିକ ହୋଇଥିଲେ। କିନ୍ତୁ ଗତ ୨୦୧୭/୧୮ ବର୍ଷର ଏହି ସମୟ ସୀମା ମଧ୍ୟରେ ମିଳିଥିବା ଦାନ ଅର୍ଥ ତୁଳନାରେ ଏବର୍ଷର ଦାନ ଅର୍ଥ କମ୍‌।

ସମୁଦାୟ ୧୪. ୫୪ କୋଟି ଟଙ୍କାରୁ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଅର୍ଥରାଶି ହେଉଛି ବିଭିନ୍ନ ବିଦେଶୀ ମୁଦ୍ରା। ଏହି ସମୟସୀମା ମଧ୍ୟରେ ଦାନବାକ୍ସରୁ ମିଳିଥିବା ଅର୍ଥର ପରିମାଣ ହେଉଛି ୮. ୫ କୋଟି ଟଙ୍କା। ୩ କୋଟି ଟଙ୍କା ମିଳିଛି ଏଠାରେ ଥିବା ବିଭିନ୍ନ ଦାନ କାଉଣ୍ଟରରୁ। ଆହୁରି ୩ କୋଟି ମିଳିଛି ଡିମାଣ୍ଡ୍‌ ଡ୍ରାଫ୍‌ଟ୍‌ ଯୋଗେ। କେତେକ ଭକ୍ତ ଡେବିଟ୍‌ କାର୍ଡ ଏବଂ ଚେକ୍‌ ଜରିଆରେ ବି ଦାନ କରିଛନ୍ତି।

ଅର୍ଥ ବ୍ୟତିରେକେ, ଭକ୍ତମାନେ ୫୦୭ ଗ୍ରାମ୍‌ ସୁନାଏବଂ ୧୬. ୫ କିଲୋ ରୁପା ମଧ୍ୟ ମନ୍ଦିରକୁ ଦାନ କରିଛନ୍ତି।

ଜାନୁଆରି ୨ ତାରିଖ ବୁଧବାର ଠାରୁ ଦାନ ଅର୍ଥର ଗଣତି ଆରମ୍ଭ ହୋଇଥିଲା।