ମୁମ୍ବାଇ: ଦେଶର ସବୁଠାରୁ ବଡ଼ ମନ୍ଦିର ମଧ୍ୟରୁ ଗୋଟିଏ ହେଉଛି ବାବା ଶିରିଡି ସାଇଙ୍କ ମନ୍ଦିର। ମହାରାଷ୍ଟ୍ରର ଅହଲ୍ୟାନଗର ଜିଲ୍ଲାରେ ଅବସ୍ଥିତ ଶିରିଡ଼ି ସାଇ ମନ୍ଦିରକୁ ଗତ କିଛିଦିନ ହେବ କ୍ରମାଗତ ଭାବେଅ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳୁଛି। ଏହି ଧମକ ଜଣେ ଅଜଣା ଅପରାଧୀ ଇ-ମେଲ୍ ମାଧ୍ୟମରେ ଦେଇଥିବା ଜଣାପଡ଼ିଛି। ଏହି ଧମକ ମିଳିବା ପରେ ମନ୍ଦିର ପରିସରରେ ପୁଲିସ ଫୋର୍ସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।
ଖବର ଲେଖାହେଲା ପର୍ଯ୍ୟନ୍ତ ମନ୍ଦିର କିମ୍ବା ଏହାର ଆଖପାଖ ଅଞ୍ଚଳରେ ବୋମା କି କୌଣସି ପ୍ରକାର ସନ୍ଦେହଜନକ ବସ୍ତୁ ଥିବା ନେଇ ସଙ୍କେତ ମିଳି ନାହିଁ। ଏପରି ଧମକ ମିଳିବା ପରେ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ପ୍ରତି ଯଥେଷ୍ଟ ଦୃଷ୍ଟି ଦିଆଯାଇଛି।
ଏହି ଧମକକୁ ନେଇ ଶ୍ରୀ ଶିରିଡି ସାଇ ବାବା ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଗୋରକ୍ଷ ଗାଦିଲକର ସୂଚନା ଦେଇ କହିଛନ୍ତି, "ପ୍ରତିଷ୍ଠା (ଟ୍ରଷ୍ଟ)ର ନିଜସ୍ୱ ସୁରକ୍ଷା କର୍ମଚାରୀ ଅଛନ୍ତି। ଇମେଲ୍ ପାଇବା ପରେ ଆମର କର୍ମଚାରୀ ତଥା ପୁଲିସ ଦଳ ମନ୍ଦିର ପରିସରରେ ଅନେକ ଖୋଜାଖୋଜି କରିଥିଲେ କିନ୍ତୁ କିଛି କୌଣସି ପ୍ରକାର ବିସ୍ଫୋରଣ ବସ୍ତୁ ମିଳି ନଥିଲା। ତଥାପି ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି।’