ଶିରିଡି ସାଇବାବା ମନ୍ଦିରକୁ ୨ କୋଟି ଟଙ୍କା ମୂଲ୍ୟର ସୁନା ବ୍ୟାଣ୍ଡ ଦାନକଲେ ହାଇଦ୍ରାବାଦର ଭକ୍ତ

ଶିରିଡି: ହାଇଦ୍ରାବାଦର ଜଣେ ଭକ୍ତ ମହାରାଷ୍ଟ୍ରର ଶିରିଡି ସହରର ପ୍ରସିଦ୍ଧ ସାଇବାବା ମନ୍ଦିରକୁ ୨ କୋଟି ଟଙ୍କାର ସୁନାରେ ନିର୍ମିିତ ଏକ ବ୍ୟାଣ୍ଡ ଦାନ କରିଛନ୍ତି ବୋଲି ବୁଧବାର ଦିନ ମନ୍ଦିର ଟ୍ରଷ୍ଟ କର୍ତ୍ତୃପକ୍ଷ କହିଛନ୍ତି।
ମନ୍ଦିର ଟ୍ରଷ୍ଟର ସିଇଓ ଭାଗ୍ୟଶ୍ରୀ ବନାୟତ କହିଛନ୍ତି ଯେ ହାଇଦ୍ରାବାଦର ଏହି ଭକ୍ତ ପାର୍ଥସାରଥୀ ରେଡ୍ଡୀ ୨୦୧୬ରେ ସାଇବାବା ମୂର୍ତ୍ତିଙ୍କ ସିଂହାସନ ପାଇଁ ସୁନା ବ୍ୟାଣ୍ଡ ଦାନ କରିବାକୁ ଚାହୁଁଥିଲେ। କିନ୍ତୁ ସେତେବେଳେ ଆବଶ୍ୟକ ପ୍ରକ୍ରିୟା ଶେଷ ହୋଇପାରି ନଥିଲା ଏବଂ ପରେ କୋଭିଡ-୧୯ ମହାମାରୀ ହେତୁ ପ୍ରକ୍ରିୟା ବିଳମ୍ବ ହୋଇଥିଲା।

Image Courtesy: Free Press Journal

ସେ କହିଛନ୍ତି, ସେ ବର୍ତ୍ତମାନ ଶ୍ରୀ ସାଇବାବାଙ୍କ ସିଂହାସନ ପାଇଁ ୨ କୋଟି ଟଙ୍କା ମୂଲ୍ୟର ଚାରି କିଲୋଗ୍ରାମରୁ ଅଧିକ ଓଜନର ସୁନାରେ ନିର୍ମିତ ସୁନା ବ୍ୟାଣ୍ଡ ଦାନ କରିଛନ୍ତି।

ସେ କହିଥିଲେ ଯେ ଏହା ପୂର୍ବରୁ ୨୦୦୭ରେ ହାଇଦ୍ରାବାଦର ଅନ୍ୟ ଜଣେ ଭକ୍ତ ମନ୍ଦିର ଟ୍ରଷ୍ଟକୁ ୯୪ କିଲୋଗ୍ରାମ ଓଜନ ବିଶିଷ୍ଟ ସୁନାର ଏକ ସିଂହାସନ ଦାନ କରିଥିଲେ।

ସମ୍ବନ୍ଧିତ ଖବର