ନୂଆଦିଲ୍ଲୀ: ଜଗଦଗୁରୁ ଶ୍ରୀସନ୍ତ ତୁକାରାମ ମହାରାଜଙ୍କ ୧୧ତମ ବଂଶଜ ଶିରିଶ ମହାରାଜ ମୌର ଜୀବନ ହାରି ଦେଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସେ ଏଭଳି ଏକ ପଦକ୍ଷେପ ଆର୍ଥିକ ବାଧା ପାଇଁ ନେଇଥିବା ମହାରାଜଙ୍କର ସମ୍ପର୍କୀୟମାନଙ୍କ ପକ୍ଷରୁ ପ୍ରକାଶ ପାଇଛି। ଶିରିଶ ମହାରାଜଙ୍କ ମୃତ୍ୟୁ ପରେ ପୁଲିସ ଘରୁ ମୃତଦେହ ଉଦ୍ଧାର କରିବା ସହିତ ସୁସାଇଡ଼ ନୋଟ ଜବତ କରିଛି।
ପୁଲିସ ଜବତ କରିଥିବା ଶିରିଶ ମହାରାଜଙ୍କ ସୁଇସାଇଡ଼ ନୋଟରେ ଉଲ୍ଲେଖ ଅଛି କି, ‘ଆର୍ଥିକ ପ୍ରତିବନ୍ଧକ ପାଇଁ ଜୀବନ ହାରିବା କୁ ବାଧ୍ୟ ହେଉଛି। ’ ଶିରିଶ ମହାରାଜ ସନ୍ତ ତୁକାରମ ମହାରାଜଙ୍କ ୧୧ତମ ବଂଶଜ। ଶିରିଶଙ୍କ ବିବାହ ଏପ୍ରିଲ ଓ ମଇ ମାସରେ ସ୍ଥିର ହୋଇଥିଲା। କିନ୍ତୁ ଦୁଃଖର ବିଷୟ ବିବାହ ପୂର୍ବରୁ ଶିରିଶ ଜୀବନ ହାରି ଦେଇଛନ୍ତି।
ସୂଚନାଯୋଗ୍ୟ, ଦେହରୋଡ଼ ପୁଲିସ ଶିରିଶଙ୍କ ଜୀବନ ହାରିବା ଘଟଣାର ଯାଞ୍ଚ କରୁଛି। ପୁଲିସ ସୂତ୍ରରୁ ପ୍ରକାଶ, ‘ଶିରିଶ ମହାରାଜ ରାତିରେ ଖାଇପିଇ ତାଙ୍କ କୋଠରିକୁ ଶୋଇବାକୁ ଯାଇଥିଲେ। ସକାଳେ ଯେତେବେଳେ ତାଙ୍କ ପରିବାରଲୋକ ଉଠାଇବାକୁ ଯାଇଥିଲେ ଶିରିଶ ଆଉ ଉଠି ନଥିଲେ। ତେଣୁ ବାଧ୍ୟ ହୋଇ ପରିବାରଲୋକ କବାଟ ଭାଙ୍ଗି ଦେଇ ଦେଇଥିଲେ।
ଭିତରକୁ ଯିବା ପରେ ଶିରିଶ ଅଚେତ ଅବସ୍ଥାରେ ପଡ଼ିଥିଲେ। ପରିବାରଲୋକ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।