ମୁମ୍ବାଇ: ବିଧାୟକଙ୍କ ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିଦ୍ରୋହୀ ହେଲେ ସାଂସଦ। ବିଧାୟକଙ୍କ ପରେ ବର୍ତ୍ତମାନ ସାଂସଦମାନେ ମଧ୍ୟ ସିନ୍ଦେ ଗୋଷ୍ଠୀରେ ସାମିଲ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ସିନ୍ଦେ ଗୋଷ୍ଠୀର ଶିବସେନା ଆଜି ମହାରାଷ୍ଟ୍ରରେ ଏକ ବୈଠକ କରିଥିଲେ। ଏହି ବୈଠକରେ ୧୪ଜଣ ଶିବସେନା ସାଂସଦ ମଧ୍ୟ ଅନଲାଇନରେ ଅଂଶଗ୍ରହଣ କରିଥିଲେ। ରାଷ୍ଟ୍ରପତି ନିର୍ବାଚନ ପରେ ବର୍ତ୍ତମାନ ୧୪ଜଣ ସାଂସଦ ସିନ୍ଦେ ଗୋଷ୍ଠୀକୁ ସମର୍ଥନ କରିବେ ବୋଲି କହିଥିବା ଚର୍ଚ୍ଚା ହେଉଛି।
କୁହାଯାଉଛି ଯେ, ବର୍ତ୍ତମାନ ସିନ୍ଦେ ଏବଂ ଫଡନାବିସ୍ ଆଜି ରାତିରେ ଶିବସେନା ସାଂସଦଙ୍କ ସହ ଦିଲ୍ଲୀ ଯିବେ। ସେ ସେଠାରେ ଆସନ୍ତାକାଲି ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ସିନ୍ଦେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କୁହାଯାଉଛି। ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ, ଏହି ସାମ୍ବାଦିକ ସମ୍ମିଳନୀରେ ଉଦ୍ଧବଙ୍କ ସହ ଥିବା ୧୪ଜଣ ସାଂସଦ ସିନ୍ଦେ ଗୋଷ୍ଠୀଙ୍କ ସହ ହାତ ମିଳାଇଥିବା ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିବେ।
ତେବେ ଆଜିର ବୈଠକରେ ସିନ୍ଦେ ଅନେକ ନିଷ୍ପତ୍ତି ନେଇଥିଲେ। ଏଥିରେ ବିଦ୍ୟମାନ କାର୍ଯ୍ୟକାରିଣୀକୁ ଭାଙ୍ଗି ଏକ ନୂତନ ଜାତୀୟ କାର୍ଯ୍ୟକାରିଣୀ ଘୋଷଣା କରିଥିଲେ ସିନ୍ଦେ। ଏହା ସହିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଏହି ସଭାରେ ଶିବସେନା ଦଳର ନୂତନ ନେତା ଭାବେ ଚୟନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/t-53.jpg)