ଶିବସେନା-ବିଜେପି ଆସନ ବୁଝାମଣା, ଭାରତ-ପାକିସ୍ତାନ ବିଭାଜନଠାରୁ ଜଟିଳ

ମୁମ୍ବାଇ: ଆସନ୍ତା ଅକ୍ଟୋବର ୨୧ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ବିଧାନସଭାର ୨୮୮ ଆସନରେ ନିର୍ବାଚନ ଲଢ଼ିବାପାଇଁ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏବଂ ଏନ୍‌ସିପି ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିବା ବେଳେ ଏଯାବତ୍‌ ବିଜେପି ଏବଂ ଶିବସେନା ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇନାହିଁ। ଆସନ ବୁଝାମଣା ନେଇ ଦିନକୁ ଦିନ ସସ୍‌ପେନ୍ସ ବଢ଼ିବାରେ ଲାଗିଛି। ଆଜି ଶିବସେନା ନେତା ସଂଜୟ ରାଉତ କହିଛନ୍ତି, ବିଜେପି ଏବଂ ଶିବସେନା ମଧ୍ୟ‌ରେ ଆସନ ବୁଝାମଣା କାର୍ଯ୍ୟ ଭାରତ-ପାକିସ୍ତାନ ବିଭାଜନଠାରୁ ମଧ୍ୟ ଆହୁରି ଜଟିଳ। ମହାରାଷ୍ଟ୍ର ଖୁବ୍‌ ବଡ଼ ରାଜ୍ୟ। ଏଠାରେ ୨୮୮ ଆସନ ବାଣ୍ଟିବା ଭାରତ-ପାକିସ୍ତାନ ବିଭାଜନଠାରୁ ଆହୁରି ଅଧିକ ଜଟିଳ ପ୍ରକ୍ରିୟା ବୋଲି ସେ କହିଛନ୍ତି। ତେବେ ଆସନ ବୁଝାମଣା ନେଇ ଥରେ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଗଲେ ଏବାବଦରେ ଗଣମାଧ୍ୟମରେ ସୂଚନା ଦିଆଯିବ ବୋଲି ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର