ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ ତାଙ୍କର ୨୦ ସାଂସଦ

ଲକ୍ଷ୍ନୌ: ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଆଜି ସକାଳେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ପହଂଚି ସେଠାରେ ଭଗବାନ ରାମଲାଲାଙ୍କର ଦର୍ଶନ କରିଛନ୍ତି । ଉଦ୍ଧବଙ୍କ ସହିତ ଶିବସେନାର ୨୦ ଜଣ ସାଂସଦ ଯାଇଛନ୍ତି ବୋଲି ଜଣାଯାଇଛି । ଏମାନେ ସମସ୍ତେ ଭଗବାନ ରାମଲାଲାଙ୍କୁ ଦର୍ଶନ କରି ଆଶୀର୍ବାଦ ନେବାପରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ ବୋଲି ଜଣାଯାଇଛି ।

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁମ୍ବାଇରୁ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଅଯୋଧ୍ୟା ଆସିଥିଲେ ଏବଂ ସେଠାରୁ ମୁମ୍ବାଇ ଫେରିବେ । ଠାକରେଙ୍କ ଗସ୍ତ ନେଇ ସେଠାରେ ବିଭିନ୍ନ ସ୍ଥାନରେ ବ୍ୟାନର୍ ଏବଂ ହୋର୍ଡିଂ ଦେଖିବାକୁ ମିଳିଛି। ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ପକ୍ଷରୁ ବି ଅଯୋଧ୍ୟାରେ ସ୍ୱାଗତ କରାଯାଇଥିବା ଜଣାଯାଇଛି।


ଏଠାରେ ସୂଚନାଯୋଗ୍ୟ ଯେ ଗତକାଲି ଶିବସେନା ସାଂସଦ ସଂଜୟ ରାଉତ କହିଥିଲେ ଯେ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ରାଜନୀତିରେ ପ୍ରସଙ୍ଗ ନୁହେଁ କିନ୍ତୁ ଏହା ଧାର୍ମିକ ବିଶ୍ୱାସ ଓ ଆସ୍ଥା । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ରାମ ମନ୍ଦିର ନିର୍ମାଣକୁ ଏକ ପ୍ରସଙ୍ଗ କରିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର