ବିଲ୍‌କୁ ସମର୍ଥନ ପାଇଁ ସର୍ତ୍ତ ରଖିଲା ଶିବସେନା

ମୁମ୍ବାଇ: ଲୋକସଭାରେ ଶିବସେନା ନାଗରିକତା ସଂଶୋଧନ ବିଲ୍‌କୁ ଗତକାଲି ସମର୍ଥନ କରିଥିବା ବେଳେ ଆଜି ଅଚାନକ ଏହା ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛି। ରାଜ୍ୟସଭାରେ ବିଲ୍‌କୁ ସମର୍ଥନ ଦେବା ନେଇ ଶିବସେନା କେତେକ ସର୍ତ୍ତ ରଖିଛି ଏବଂ ଏହା ପୂରଣ ନହେବା ପର୍ଯ୍ୟନ୍ତ ବିଲ୍‌କୁ ସମର୍ଥନ କରାଯିବ ନାହିଁ ବୋଲି ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍‌ରେ କହିଛନ୍ତି। ରାଜ୍ୟସଭାରେ ବିଲ୍‌କୁ ନେଇ ବିସ୍ତୃତ ଚର୍ଚ୍ଚା ଆବଶ୍ୟକ ଏବଂ ଶରଣାର୍ଥୀଙ୍କ ଥଇଥାନ ଏବଂ ନାଗରିକତା ପ୍ରସଙ୍ଗରେ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ବୋଲି ଉଦ୍ଧବ କହିଛନ୍ତି। ବିଲ୍‌କୁ ନେଇ ଉଦ୍ଧବ ଠାକ୍‌ରେଙ୍କ ଆଭିମୁଖ୍ୟ ଅଚାନକ ବଦଳି ଥିବାରୁ ବିଲ୍‌ ଗୃହୀତ କରାଇବାରେ ସରକାରଙ୍କ ସଙ୍କଟ ବଢ଼ିବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର