ଶିବସେନା ଏବେ ‘ସୋନିଆ ସେନା’ରେ ପରିଣତ ହୋଇଛି: କଙ୍ଗନା

ମୁମ୍ବାଇ: ଆଜି ପୁଣିଥରେ ଶାଣିତ କଟାକ୍ଷ ଜରିଆରେ ଶିବସେନା ଉପରେ ଆକ୍ରମଣ କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌। ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ଗୁରୁବାର ଅଭିଯୋଗ କରି କହିଛନ୍ତି ଯେ ଶିବସେନା ଦଳ ଏହାର ଆଦର୍ଶରେ ଆପୋଷ ବୁଝାମଣା କରି ସଂପ୍ରତି ‘ସୋନିଆ ସେନା’ରେ ପରିଣତ ହୋଇଯାଇଛି।
ନିଜର ଟୁଇଟର ହାଣ୍ଡେଲରେ ଅଭିନେତ୍ରୀ କଙ୍ଗନା ଲେଖିଛନ୍ତି, ଶ୍ରୀ ବାଲାସାହେବ ଠାକରେଙ୍କ ନୀତି ଓ ଆଦର୍ଶକୁ ଭିତ୍ତି କରି ଦିନେ ଯେଉଁ ଶିବସେନା ଗଠିତ ହୋଇଥିଲା, ଆଜିର ପରିବର୍ତ୍ତିତ ପରିସ୍ଥିତିରେ ସେଇ ଶିବସେନା ନିଜର ମୂଳ ନୀତି ଓ ଆଦର୍ଶକୁ ଭୁଲି ଯାଇଛି। ସାମାନ୍ୟ କ୍ଷମତା ଲୋଭରେ ଶିବସେନା ଆଜି ନିଜର ନୀତି ଓ ଆଦର୍ଶକୁ ବନ୍ଧା ପକାଇବା ସହ ବିକ୍ରି କରିଦେଇ ଶିବସେନାରୁ ‘ସୋନିଆ ସେନା’ରେ ରୂପାନ୍ତରିତ ହୋଇ ଯାଇଛି। ଏବଂ ଶିସେନାର ନେତାମାନେ ନେତାରୁ ‘ଗୁଣ୍ଡା’ ପାଲଟି ଯାଇଛନ୍ତି।

NewsNation

ଶିବସେନା ‘ସୋନିଆ ସେନା’ ଭାବେ ରୂପାନ୍ତରିତ ହେବା ଅତ୍ୟନ୍ତ ଲଜ୍ଜାର ବିଷୟ। ଶିବସେନାର ନେତାମାନଙ୍କୁ କ୍ଷମତାର ମୋହ ଓ ଅହଂକାର ଅନ୍ଧ କରିଦେଇଛି। ସମ୍ବିଧାନ ନାମରେ ଗୋଟିଏ ଜିନିଷ ଅଛି ବୋଲି ସେମାନେ ଭୁଲି ଯାଉଛନ୍ତି। ତେବେ, ଶିବସେନାର ନେତାମାନେ ମନେ ରଖିବା ଉଚିତ୍‌ କ୍ଷମତାର ଅହଂକାର ସେମାନଙ୍କ ନିକଟରେ ଚିରସ୍ଥାୟୀ ହୋଇ ରହିବ ନାହିଁ। କ୍ଷମତାର ଅହଂକାରରେ ଅନ୍ଧ ହୋଇ ସେମାନେ ଆଜି ଯେଉଁ ଆଚରଣ ପ୍ରଦର୍ଶନ କରିଛନ୍ତି, ସେଥିପାଇଁ ସେମାନଙ୍କୁ ଆଗାମୀ ଦିନରେ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଚେତାଇ ଦେଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ।

ସମ୍ବନ୍ଧିତ ଖବର