କମଲେଶ ହତ୍ୟା ମାମଲା : ଗିରଫ ୩ ଅଭିଯୁକ୍ତଙ୍କ ହତ୍ୟା କଲେ ୧ କୋଟି ପୁରସ୍କାର ଦେବାକୁ ଶିବସେନା ନେତାଙ୍କ ଘୋଷଣା

ମୁମ୍ବାଇ : ଉତ୍ତରପ୍ରଦେଶର ଲକ୍ଷ୍ନୌରେ ହିନ୍ଦୁମହାସଭାର ନେତା କମଲେଶ ତିଓ୍ଵାରୀଙ୍କ ହତ୍ୟା ମାମଲାରେ ଆଜି ଉତ୍ତରପ୍ରଦେଶ ଓ ଗୁଜୁରାଟ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । କିନ୍ତୁ ଏହି ଘଟଣାକୁ ନେଇ ସାଂପ୍ରଦାୟିକ ଉତ୍ତେଜନା ବଢିବାରେ ଲାଗିଛି । ଏହି ୩ ଅଭିଯୁକ୍ତଙ୍କ ମୁଣ୍ଡକାଟ କଲେ ୧ କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି ଶିବସେନାର ଜଣେ ନେତା ।

ଏହି ନେତାଙ୍କ ନାମ ହେଉଛି ଅରୁଣ ପାଠକ । ସେ କହିଛନ୍ତି ଯେ ଯିଏ ବି ଏହି ତିନିଜଣଙ୍କ ମୁଣ୍ଡକାଟ କରିବ ତାଙ୍କ ପରିବାରକୁ ସେ ତୁରନ୍ତ ଏକ କୋଟି ଟଙ୍କାର ପୁରସ୍କାର ପଠାଇଦେବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ହିନ୍ଦୁଙ୍କ ସପକ୍ଷରେ କହିବାରୁ ତିଓ୍ଵାରୀଙ୍କୁ ହତ୍ୟା କରାଗଲା । ଏହାଦ୍ୱାରା ଧମକ ଦିଆଯାଇଛି ଯେ ଯିଏ ହିନ୍ଦୁମାନଙ୍କ ସପକ୍ଷରେ କହିବ ତାହାର ସେହି ଦଶା ହେବ । କିନ୍ତୁ ଭାରତରେ ଆମେ ତାହା ହେବାକୁ ଦେବୁନାହିଁ ।

ସମ୍ବନ୍ଧିତ ଖବର