ଅମୃତସର : ପଂଜାବର ଅମୃତସରରେ ଶିବସେନା ନେତା ସୁଧୀର ସୁରିଙ୍କୁ ହତ୍ୟା କରାଯାଇଛି । ଅମୃତସରର ଗୋପାଳ ମନ୍ଦିର ବାହାରେ ସ୍ପଷ୍ଟ ଦିବାଲୋକରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୁଲିସ ସୁରକ୍ଷାରେ ଥିବା ସୁରିଙ୍କୁ ଅତି ନିକଟରୁ ଗୁଳି କରିଥିବା ହତ୍ୟାକାରୀ ସନ୍ଦୀପ ସିଂକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ତେବେ ହତ୍ୟାର କାରଣ ଏଯାବତ୍ ସ୍ପଷ୍ଟ ହୋଇନାହିଁ। ତେବେ ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି।
ଗୋପାଳ ମନ୍ଦିର ସାମ୍ନାରେ ସେ ଧରଣାରେ ବସିଥିବା ବେଳେ ଆତତାୟୀ ସନ୍ଦୀପ ସିଂ ତାଙ୍କ ଉପରକୁ ଅଚାନକ ଏକ ପିସ୍ତଲରେ ଗୁଳି ଚଳାଇଥିଲା। ଦୁଇଟି ଗୁଳି ବାଜିବା ପରେ ସୁଧୀର ସୁରି ଗୁରୁତର ଆହତ ହୋଇ ତଳେ ପଡ଼ିଯାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଘଟଣାର ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଯେ ବାହୁରେ ଗୋଟିଏ ଗୁଳି ବାଜିବା ପରେ ସୁଧୀର ତଳେ ଖସିପଡ଼ିଥିଲେ । ଏହି ସମୟରେ ତାଙ୍କର ଜଣେ ସହଯୋଗୀ ଆତତାୟୀ ବ୍ୟକ୍ତି ଉପରକୁ ଗୁଳି ମାରୁଥିବା ଦେଖାଯାଉଛି ।
/sambad/media/post_attachments/wp-content/uploads/2022/11/Capture-2.png)
ଶିବସେନା କର୍ମୀମାନେ ଗୋପାଳ ମନ୍ଦିର ବାହାରେ କେତେକ ପ୍ରସଙ୍ଗକୁ ନେଇ ବିକ୍ଷୋଭ କରୁଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେ ପୁଲସ ସୁରକ୍ଷା ବଳୟରେ ଥିବା ସତ୍ତ୍ବେ ଅତ୍ୟନ୍ତ ଜନଗହଳି ସ୍ଥାନରେ କିଭଳି ଏପରି କାଣ୍ଡ ଘଟିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
ଗତ ବର୍ଷ ଏକ ସଂପ୍ରଦାୟ ଉପରେ ଆପତ୍ତିଜନକ ବୟାନ ପରେ ସୁଧୀର ବିବାଦୀୟ ହୋଇପଡ଼ିଥିଲେ । ଏହା ପରେ ପଂଜାବରେ ସାଂପ୍ରଦାୟିକ ଉତ୍ତେଜନା ଦେଖାଦେଇଥିଲା । ସେ ଆପତ୍ତିଜନକ ଭାଷଣ ଦେଉଥିବାର ଏକ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ପୁଲିସ ଗିରଫ କରିଥିଲା । ପରେ ସେ ଜାମିନରେ ଆସିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/sudhir-suri.webp)