ମୁମ୍ବାଇ : ଉଦ୍ଧବ ଠାକ୍ରେ ଶିବସେନା- ଏନ୍ସିପି-କଂଗ୍ରେସ ମେଣ୍ଟର ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା ହେବାପରେ ଶିବସେନାର ଜଣେ ନେତା ଇସ୍ତଫା ଦେଇଛନ୍ତି। ଶିବସେନା ନେତା ରମେଶ ସୋଲାଙ୍କି ଗତକାଲି ରାତିରେ ଟ୍ବିଟର ମାଧ୍ୟମରେ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ସୋଲାଙ୍କି କହିଛନ୍ତି, ଜୀବନରେ ସେ ବହୁତ ଜଟିଳ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବାରୁ ସେ ଉଦ୍ଧବଙ୍କୁ ଶୁଭେଚ୍ଛା ଜଣାଇଥିଲେ। କିନ୍ତୁ ସୋଲାଙ୍କି କହିଥିଲେ ତାଙ୍କ ଚିନ୍ତାଧାରା ଏବଂ ବିବେକ ତାଙ୍କୁ କଂଗ୍ରେସ ସହ କାମ କରିବା ପାଇଁ ଅନୁମତି ଦେଉନାହିଁ। ତେଣୁ ବିଚାରଧାରା ବିରୋଧରେ ଯାଇ ସେ କାମ କରିପାରିବେ ନାହିଁ ବୋଲି କହିଛନ୍ତି।
କଂଗ୍ରେସ ସହ ମେଣ୍ଟକୁ ବିରୋଧ, ଇସ୍ତଫା ଦେଲେ ଶିବସେନା ନେତା
/sambad/media/post_attachments/wp-content/uploads/2019/11/ramesh-solanki.jpg)