ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ ଏବଂ ଏନଆରସି ପ୍ରସଙ୍ଗରେ ଶିବସେନାର ଜଣେ ସାଂସଦ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଛନ୍ତି । ମହାରାଷ୍ଟ୍ରର ହିଙ୍ଗୋଲି ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ଶିବସେନା ସାଂସଦ ହେମନ୍ତ ପାଟିଲ ଏହି ପ୍ରସଙ୍ଗରେ ନିଜର ସମର୍ଥନ ଜଣାଇଛନ୍ତି । ସେ ହିଙ୍ଗୋଲି ପ୍ରଶାସନକୁ ଚିଠି ଲେଖି ନାଗରିକତା ସଂଶୋଧନ ଆଇନ ଏବଂ ଏନଆରସି ପ୍ରସଙ୍ଗରେ ନିଜର ସମର୍ଥନ ଘୋଷଣା କରିଛନ୍ତି ।
ପ୍ରଶାସନକୁ ଲେଖିଥିବା ଚିଠିରେ ହେମନ୍ତ ପାଟିଲ ଉଲ୍ଲେଖ କରିଛନ୍ତି, ‘ଏକ ଜରୁରୀ କାମରେ ବ୍ୟସ୍ତ ଥିବା କାରଣରୁ ମୁଁ ଏନଆରସି ଏବଂ ସିଏଏର ସମର୍ଥନରେ ହେଉଥିବା ରାଲିରେ ସାମିଲ ହୋଇ ପାରୁନି, ଏଥିପାଇଁ ମୁଁ ଦୁଃଖିତ, କିନ୍ତୁ ଏହାକୁ ମୋର ପୂର୍ଣ୍ଣ ସମର୍ଥନ ରହିଛି । ଶିବସେନା ଏକ ହିନ୍ଦୁତ୍ୱ ପାର୍ଟି, ମୋର ଏହି ପ୍ରସଙ୍ଗରେ ସବୁବେଳେ ସମର୍ଥନ ରହିବ । ’
/sambad/media/post_attachments/wp-content/uploads/2019/12/bjp-sivsena-news18.png)
ଶିବସେନା ସାଂସଦ ହେମନ୍ତ ପାଟିଲ ନିଜର ଭୋଟରଙ୍କୁ ଖୁସି କରିବା ପାଇଁ ଏହି ବୟାନ ଦେଇଥିବା କୁହାଯାଉଛି । କାରଣ ଏହାଦ୍ୱାରା ସେ ବିଜେପିକୁ ନିଜର ସଂସଦୀୟ କ୍ଷେତ୍ରରେ କୌଣସି ଲାଭ ଦେବାକୁ ଚାହୁଁ ନାହାନ୍ତି । ଏହାର ପ୍ରଭାବ ତାଙ୍କ ଲୋକସଭା କ୍ଷେତ୍ରର ହିନ୍ଦୁ ଭୋଟରଙ୍କ ଉପରେ ଯେପରି ନ ପଡ଼ୁ, ସେଥିପ୍ରତି ଧ୍ୟାନ ଦେଇ ହେମନ୍ତ ପାଟିଲ ଏହି କଥା କହିଛନ୍ତି ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ବିଜେପି ଏବଂ ଶିବସେନା ମେଣ୍ଟ ଭାଙ୍ଗିଯିବା ପରେ ହିନ୍ଦୁତ୍ୱ ପ୍ରସଙ୍ଗରେ ବିଜେପି ଲଗାତାର ଶିବସେନାକୁ ଆକ୍ଷେପ କରୁଛି ।