ନୂଆଦିଲ୍ଲୀ: ଦେବେନ୍ଦ୍ର ଫଡନାବିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କିଛି ସମୟ ପରେ ଶିବସେନା-ଏନ୍ସିପି ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସାମିଲ ହୋଇନଥିଲା। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ସହ ପାୱାର୍ ଏହି ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ତାଙ୍କ ପୁତୁରା ଅଜିତ ପାୱାରଙ୍କ ସହ ମାତ୍ର ୧୦-୧୧ ଜଣ ବିଧାୟକ ଅଛନ୍ତି। ଅନ୍ୟପକ୍ଷେ ଏନ୍ସିପି, କଂଗ୍ରେସ ଏବଂ ଶିବସେନା ମେଣ୍ଟ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ଥିବା ପାୱାର ଦାବି କରିଛନ୍ତି। ସମସ୍ତ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପାୱାର କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଜଣେ ଏନ୍ସିପି ବିଧାୟକ କହିଛନ୍ତି, ତାଙ୍କୁ ଅଜିତ ପାୱାର ଭୁଲ୍ ଖବର ଦେଇ ରାଜଭବନକୁ ଡକାଇଥିଳେ। ଅଜିତ ପାୱାର ଏନ୍ସିପି, ଶିବସେନା ଏବଂ କଂଗ୍ରେସ ମେଣ୍ଟକୁ ସମର୍ଥନ କରିଥିବା ବିଧାୟକଙ୍କ ତାଲିକାର ଦୁରୁପଯୋଗ କରିଥିବା ପାୱାର କହିଛନ୍ତି। ଏହି ତାଲିକାକୁ ସେ ରାଜ୍ୟପାଳଙ୍କ ନିକଟରେ ଦାଖଲ କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଏସମ୍ପର୍କରେ ସେ ରାଜ୍ୟପାଳଙ୍କ ସହ ଆଲୋଚନା ହେବ ବୋଲି ଶରଦ ପାୱାର କହିଛନ୍ତି।
ଶିବସେନା-ଏନ୍ସିପିର ମିଳିତ ସାମ୍ବାଦିକ ସମ୍ମଳନୀ, ୧୭୦ ବିଧାୟକଙ୍କ ସମର୍ଥନ ଥିବା ଦାବି
ସାମିଲ ହେଲାନି କଂଗ୍ରେସ
/sambad/media/post_attachments/wp-content/uploads/2019/11/56dg4fhsf987h98sf7h8s9f7hsfsfsfsfsfsfsfsfsfsfsfsfsfsfsfsf.jpg)