ମୁମ୍ବାଇ: ଶିବସେନା ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଆଗାମୀ ଗୋଆ ବିଧାନସଭା ନିର୍ବାଚନରେ ମେଣ୍ଟ କରି ମିଳିତ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତ ରବିବାର ଦିନ କହିଛନ୍ତି।

Advertisment

ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ଶିବସେନା ନେତା ଶ୍ରୀ ରାଉତ କହିଛନ୍ତି, ଗୋଆ ବିଧାନସଭା ନିର୍ବାଚନରେ ଶିବସେନା ଏବଂ ଏନସିପି ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବେ। ଜାନୁଆରି ୧୮ରେ ଆସନ ଭାଗବଣ୍ଟା ଉପରେ ଆଲୋଚନା ହେବ। ଏନସିପିର ବରିଷ୍ଠ ନେତା ପ୍ରଫୁଲ ପଟେଲ ଜାନୁଆରି ୧୮ ରେ ଗୋଆରେ ଆସନ ଭାଗବଣ୍ଟା ଫର୍ମୁଲା ଉପରେ ଆଲୋଚନା କରିବେ। ଏହା ପରେ ହିଁ କିଏ କେତେ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ତାହା ସ୍ପଷ୍ଟ ହେବ।
ମହାରାଷ୍ଟ୍ର ଏବଂ ଗୋଆରେ ରାଜନୈତିକ ଗତିଶୀଳତା ଭିନ୍ନ। ଏନସିପି, ଶିବସେନା, କଂଗ୍ରେସ ମହାରାଷ୍ଟ୍ରରେ ମିଳିତ ମଞ୍ଚରେ ଅଛନ୍ତି। ତେବେ ଏହି ସମୟରେ କଂଗ୍ରେସ ରାଜ୍ୟର ଅନ୍ୟ କୌଣସି ଦଳ ସହ ମେଣ୍ଟ ନକରି ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି।

ଫେବୃଆରି ୧୪ରେ ଗୋଆ ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଛି। ମାର୍ଚ୍ଚ ୧୦ରେ ଭୋଟ୍‌ ଗଣନା ଅନୁଷ୍ଠିତ ହେବ।