ସରକାର ବଞ୍ଚାଇବାକୁ ମତ ବଦଳାଇଲା ଶିବସେନା : ନାଗରିକତା (ସଂଶୋଧନ) ବିଲ୍‌କୁ ବିରୋଧ କରିବ

ନୂଆଦିଲ୍ଲୀ : ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍‌-୨୦୧୯କୁ ବିରୋଧ କରିବ ଶିବସେନା । ଏ ସଂପର୍କରେ ଦଳର କେତେକ ସଦସ୍ୟ ସଂକେତ ଦେଇଛନ୍ତି । ଏହା ଫଳରେ ସରକାରଙ୍କ ଚିନ୍ତା ବଢିଯାଇଛି ।

ଦୁଇଦିନ ପୂର୍ବେ ଲୋକସଭାରେ ଶିବସେନା ଏହି ବିଲ୍‌କୁ ସମର୍ଥନ କରିଥିଲା, କିନ୍ତୁ ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ଅସନ୍ତୋଷ ପ୍ରକଟ କରିଥିଲେ । ଏକ ଟ୍ଵିଟ କରି ରାହୁଲ ଲେଖିଥିଲେ ଯେ ଏହି ବିଲ୍‌ ଦେଶର ସମ୍ବିଧାନ ଉପରେ ଏକ ଆକ୍ରମଣ । ଯିଏ ଏହି ବିଲକୁ ସମର୍ଥନ କରୁଛି ସେ ଆମ ଦେଶର ମୂଳଭିତ୍ତିକୁ ନଷ୍ଟକରିବାକୁ ଚାହୁଁଛି । ଏପରିକି କଂଗ୍ରେସ ମହାରାଷ୍ଟ୍ର ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାକୁ ଚେତାବନୀ ଦେଇଥିଲା । ଏହି କାରଣରୁ ଶିବସେନା ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରି ବିଲ୍‌କୁ ବିରୋଧ କରୁଥିବା କୁହାଯାଉଛି । ତେବେ ଉପରକୁ ଶିବସେନା ପକ୍ଷରୁ କୁହାଯାଉଛି ଯେ ଏହି ବିଲ୍‌ ସଂପର୍କରେ ଥିବା କେତେକ ପ୍ରଶ୍ନର ଉତ୍ତର ମିଳିନଥିବାରୁ ରାଜ୍ୟସଭାରେ ତାହାକୁ ସମର୍ଥନ କରିବୁ ନାହିଁ ।
ତେବେ ସରକାରଙ୍କ ପାଇଁ ଆଶ୍ୱାସନାର ବିଷୟ ଯେ ଜେଡିୟୁ ଏହି ପ୍ରସଙ୍ଗରେ ସରକାରଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛି । ଏହି ପ୍ରସଙ୍ଗରେ ଜେଡିୟୁ ମଧ୍ୟରେ ମତଭେଦ ଥିଲେ ମଧ୍ୟ ସମର୍ଥନ ଘୋଷଣା ସରକାରଙ୍କୁ ଆଶ୍ୱସ୍ତ କରିଛି ।

ସମ୍ବନ୍ଧିତ ଖବର